କରୋନାକୁ ହରାଇଲେ ୮୦ ବର୍ଷୀୟ ପୂର୍ବତନ ବାଚସ୍ପତି

Advertisment
ସୁନ୍ଦରଗଡ଼ରେ ବେଲଗାମ୍‌ କରୋନା ସଂକ୍ରମଣ, ପୁଣି ୮୪ ଆକ୍ରାନ୍ତ ଚିହ୍ନଟ

Sky News

ପାତ୍ରପୁର : କରୋନା‌କୁ ହରାଇଛନ୍ତି ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ୮୦ବର୍ଷୀୟ ଚିନ୍ତାମଣି ଦ୍ୟାନସାମନ୍ତରା। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଭୁବନେଶ୍ବରର ଏକ ‌ଘରୋଇ ହସ୍ପିଟାଲ୍‌ରୁ ଗତକାଲି ଡିସଚାର୍ଜ ହୋଇଛନ୍ତି। ବର୍ତ୍ତମାନ ସେ ଭୁବନେଶ୍ବସ୍ଥିତ ବାସଭବନରେ ଅଛନ୍ତି। ଆଜି ପୁଣି ସାମାନ୍ୟ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଚିକିତ୍ସିତ ହୋଇ ଫେରିଥିବା ତାଙ୍କ ପୁଅ ମନୋରଞ୍ଜନ ଦ୍ୟାନସାମନ୍ତରା ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ସେ ନିଜ ଘର ପାତ୍ରପୁର ବ୍ଲକ୍ ‌ବମକୋଇ ଗାଁକୁ ଫେରିବେ। ପରିଣତ ବୟସରେ ବି ଦୃଢ଼ ମନୋବଳ ଓ ଧୈର୍ଯ୍ୟ ଥି‌ଲେ ମହାମାରୀ କରୋନାକୁ ଜିତିବା ସମ୍ଭବ। ଏହାକୁ ଶ୍ରୀ ଦ୍ୟାନସାମନ୍ତରା ପ୍ରମାଣିତ କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଓ ଆଦର୍ଶ ସାଜିଛନ୍ତି। କରୋନାକୁ ଭୟ ନ କରି ଏହାକୁ ଦୃଢ଼ତାର ସହ ମୁକାବିଲା କରିବାକୁ ସେ ଆହ୍ବାନ ଦେଇଛନ୍ତି। ସୂଚନା ଥାଉକି, ଗତ ମାସ ୩୧ ତାରିଖରେ ଶ୍ରୀ ଦ୍ୟାନସାମନ୍ତାଙ୍କ ସ୍ବାବ୍ ନମୁନା ପରୀକ୍ଷା ହୋଇଥିଲା। ସେ ପଜିଟିଭ୍ ବୋଲି ଜଣାପଡ଼ିବା ପରେ ଗତ ୪ ତାରିଖରେ ବ୍ରହ୍ମପୁରରେ ପ୍ରାଥମିକ ଚିକିତ୍ସା ପ‌ରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସେ ସୁସ୍ଥ ହୋଇ ଫେରିବା ପରେ ନିଜ ଗାଁ ବମକୋଇ ଗାଁରେ ଖୁସିର ଲହରି ଖେଳିଯାଇଛି। ଗ୍ରାମବାସୀ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe