ଭୁବନେଶ୍ବର: ରାଜ୍ୟରେ ୭,୨୦୪ଟି ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ନିଲାମ ହୋଇଛି।  ୩,୧୫୯ଟି ସରକାରୀ ଗାଡି ସ୍ପ୍ରାପ୍ ହୋଇଛି। ଗୁରୁବାର  ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏନେଇ ସୂଚନା ପ୍ରଦାନ କରିଛନ୍ତି।                          

Advertisment

୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଚାଳିତ  ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି ସଂଖ୍ୟା ୮,୧୮୩ । ସେଥିମଧ୍ୟରୁ ଏମଏସଟିସି ପୋର୍ଟାଲ ମାଧ୍ଯମରେ ୭,୨୦୪ ଗାଡି ନିଲାମ ହୋଇଛି ଓ ୩,୧୫୯ଟି ସରକାରୀ ଗାଡି ସ୍କ୍ରାପ୍ କରାଯାଇଛି । 

ଅଧିକ ପଢ଼ନ୍ତୁ:ପ୍ରତି ପଞ୍ଚାୟତରେ ମଡେଲ ପ୍ରାଥମିକ ବିଦ୍ୟାଳୟ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଟିଏ କାର୍ଯ୍ୟକ୍ଷମ ସ୍କ୍ରାପ୍ ସେଣ୍ଟର ଖୋର୍ଦ୍ଧାରେ ଅଛି । ଏହାର ଏକ ସଂଗ୍ରହ କେନ୍ଦ୍ର କେନ୍ଦୁଝରରେ ରହିଛି । ଅତିରିକ୍ତ ଟିକସ ଦେଇ ବ୍ୟକ୍ତିଗତ ଗାଡ଼ିର ମାଲିକ ମାନଙ୍କର ୨,୧୩,୬୩୨ ଗାଡ଼ିର କାର୍ଯ୍ୟକ୍ଷମ ସୀମାକୁ ଆହୁରି ୫ ବର୍ଷ  ପାଇଁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ:ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍: ସଂସଦୀୟ ବ୍ୟାପାର ମନ୍ତ୍ରୀ