୮୨ ବର୍ଷ ବୟସରେ ଜଙ୍ଗଲ ସୁରକ୍ଷା : ଧ୍ବଂସ ମୁଖରୁ ବଞ୍ଚାଇଛନ୍ତି ୨୦ ହେକ୍ଟର ଜଙ୍ଗଲ

Advertisment
୮୨ ବର୍ଷ ବୟସରେ ଜଙ୍ଗଲ ସୁରକ୍ଷା : ଧ୍ବଂସ ମୁଖରୁ ବଞ୍ଚାଇଛନ୍ତି ୨୦ ହେକ୍ଟର ଜଙ୍ଗଲ

ଅନୁଗୁଳ : ବୃକ୍ଷପ୍ରେମୀ ଗଣେଶ୍ବର ବିଶ୍ବାଳ। ବୟସ ଆସି ୮୨ ହେଲାଣି। ଏହି ପରିଣତ ବୟସରେ ଜଙ୍ଗଲ ସୁରକ୍ଷାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ସେ। ତାଙ୍କରି ଉଦ୍ୟମ ଯୋଗୁ ଯୋଗୁଁ ପାଖାପାଖି ୧୮/୨୦ ହେକ୍ଟର ଜମିରେ ଥିବା ଜଂଗଲ ସୁରକ୍ଷିତ ରହିପାରିଛି।

ଗଣେଶ୍ବରଙ୍କ ଘର ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ ଅନ୍ତର୍ଗତ ରଣିଆକଟା ପଞ୍ଚାୟତ ତାଲଦର। ସେ ସ୍ବାସ୍ଥ୍ୟ ବିଭାଗରେ ଚାକିରି କରୁଥିଲେ। ୧୯୯୯ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ। ଅବସର ଜୀବନକୁ ଜଂଗଲ ସୁରକ୍ଷାରେ ବିତାଇବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଗାଁର ବନ ସୁରକ୍ଷା ସମିତି ବି ସହଯୋଗର ହାତ ବଢ଼ାଇଥିଲା। ଯେଉଁ ଜଂଗଲ ଧ୍ବଂସ ପାଇବାକୁ ବସିଥିଲା, ‌ଏବେ ସେଠାରେ ଶାଳ, ପିଆଶାଳ, ମହୁଲ, ଧଉରା ଆଦି ବିଭିନ୍ନ ପ୍ରଜାତିର ବଡ଼ ବଡ଼ ଗଛ ଦେଖିବାକୁ ମିଳୁଛି। କେବଳ ସେତିକି ନୁ‌େହଁ, ଏହି ଜଂଗଲ ଭାଲୁ, କୁଟରା ଆଦି ବନ୍ୟପ୍ରାଣୀଙ୍କ ପାଇଁ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ପରିଣତ ହୋଇପାରିଛି। ଗତ ୨୧ ବର୍ଷ ହେଲା ଗଣେଶ୍ବର ଜଂଗଲର ସୁରକ୍ଷା କରି ଆସୁଛନ୍ତି। ପ୍ରତିଦିନ ମୁଣ୍ଡରେ ପଗଡ଼ି ଭିଡ଼ି, ହାତରେ ଠେଙ୍ଗା କିମ୍ବା ଟାଂଗିଆଟିଏ ଧରି ଜଂଗଲ ଅଭିମୁଖେ ବାହାରି ଯାଆନ୍ତି। ଜଂଗଲରେ ୩/୪ ଘଣ୍ଟା ବିତାଇ ପୁଣି ଘରକୁ ଫେରି ଆସିଥାନ୍ତି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ଏ ବିଷୟରେ ବନ ଅଧିକାରୀ ପଦ୍ମଲୋଚନ ସାହୁଙ୍କୁ ପଚାରିବାରୁ ସେ କହନ୍ତି, ଜଂଗଲ ହେଉଛି ତାଙ୍କ ଜୀବନ ଭଳି। ବେଳେବେଳ ସେ ଆମ କାର୍ଯ୍ୟାଳୟକୁ ଚାଲି ଆସନ୍ତି। ବୃୃଦ୍ଧାବସ୍ଥା ସତ୍ତ୍ବେ ଆମମାନଙ୍କ ସାଂଗରେ ଦିନେ ଦିନେ ସେ ଜଂଗଲକୁ ଯାଇଥାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe