ବ୍ଲକ୍‌ରେ ଷ୍ଟାଡିୟମ୍‌ ପାଇଁ ୮୨୫ କୋଟି: କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟ ହେବ ସ୍ପୋର୍ଟ୍ସ ହବ୍

କ୍ରୀଡ଼ାକୁ ଯୁବ ସମାଜର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟ ସ୍ପୋର୍ଟସ୍‌ ହବ୍ ଭାବେ ପରିଣତ ହେବାକୁ ଯାଉଛି।

sfsfxcxc

କେନ୍ଦୁଝର: କ୍ରୀଡ଼ାକୁ ଯୁବ ସମାଜର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟ ସ୍ପୋର୍ଟସ୍‌ ହବ୍ ଭାବେ ପରିଣତ ହେବାକୁ ଯାଉଛି। ଓଡ଼ିଶା ଏବେ କ୍ରୀଡ଼ା ରାଜଧାନୀର ପରିଚୟ ପାଇଲାଣି ବୋଲି ଗୁରୁବାର କେନ୍ଦୁଝରଠାରେ ଜାତୀୟ ସବ୍‌ ଜୁନିୟର ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ସିପ୍‌ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। 

ସ୍ଥାନୀୟ ହ୍ୟାଣ୍ଡବଲ୍‌ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ ୨୪ଟି ରାଜ୍ୟର ୪୩୨ ଜଣ ଖେଳାଳି ଓ ୧୫୦ ଅଧିକାରୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ହ୍ୟାଣ୍ଡବଲ୍ ଖେଳରେ ହେଉଥିବା ପ୍ରତ୍ୟେକ ପାସ୍, ପ୍ରତ୍ୟେକ ଲକ୍ଷ୍ୟ ଓ ପ୍ରତିରକ୍ଷା କୌଶଳ କେବଳ ସେହି କୋର୍ଟରେ ଆବଦ୍ଧ ନୁହେଁ, ପରନ୍ତୁ ସମସ୍ତଙ୍କ ବ୍ୟକ୍ତିଗତ ଜୀବନରେ ସ୍ଥିରତା, ଶୃଙ୍ଖଳା ଓ ପରସ୍ପର ପ୍ରତି ସମ୍ମାନ ଭାବ ବିକଶିତ କରିଥାଏ। ଆମ ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ଭଲିବଲ୍‌, କ୍ରିକେଟ୍‌, ଫୁଟବଲ୍‌ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍‍ଧ ହେବ। ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌ ଓ ଅନ୍ୟାନ୍ୟ କ୍ରୀଡ଼ା ପାଇଁ ଗୋଟିଏ ଲେଖାଏଁ ଇନ୍‌ଡୋର ହଲ୍‌ ରହିବ।

କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର: ମୁଖ୍ୟମନ୍ତ୍ରୀ
କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟ ହେବ ସ୍ପୋର୍ଟ୍ସ ହବ୍ 

ଏଥିପାଇଁ ୫ ବର୍ଷ ମଧ୍ୟରେ ୪ ହଜାର ୧୨୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୨୦୨୫-୨୬ରେ ବ୍ଲକ୍‍ସ୍ତରୀୟ ଷ୍ଟାଡିୟମର ବିକାଶ ପାଇଁ ୮୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟ୍ସ ହବ୍ ଭାବେ ବିକଶିତ କରାଯିବା ସହ ରାଜ୍ୟରେ ବିଶ୍ବସ୍ତରୀୟ ସୁବିଧା ଉପଲବ୍‌ଧ କରାଯାଉଛି। ରାଜ୍ୟରେ ସନ୍ତରଣ କ୍ରୀଡ଼ା ପ୍ରତି ରୁଚି ରଖିଥିବା କ୍ରୀଡ଼ାବିତଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଦେବାକୁ ୧୩ଟି ନୂତନ ଇନ୍‌ଡୋର ସୁଇମିଂ ପୁଲ୍ ନିର୍ମାଣ କରାଯାଉଛି। ଏଥିସହିତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଖୁବ୍‌ଶୀଘ୍ର ଗୋଟିଏ ଲେଖାଏଁ ସୁଇମିଂ ପୁଲ୍ ନିର୍ମାଣ କରାଯିବ। ରାଉରକେଲାରେ ଦୁଇଟି ନୂତନ ଉଚ୍ଚ କ୍ଷମତାସଂପନ୍ନ କେନ୍ଦ୍ରରେ ଆଥ୍‌ଲେଟିକ୍ସ ଓ ତୀରନ୍ଦାଜିରେ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ବିଶ୍ବସ୍ତରୀୟ ପ୍ରଶିକ୍ଷଣ ସୁବିଧା ଉପଲବ୍‍ଧ କରାଯିବ। 

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ, ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟରେ ସି.ଏମ୍ ଟ୍ରଫିର ଶୁଭାରମ୍ଭ କରାଯାଇଛି। ବ୍ଲକ୍‌ଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଫୁଟବଲ୍‌, ଆଥଲେଟିକ୍ସ, ହକି ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ରାଜ୍ୟର ଲକ୍ଷାଧିକ ଆଥଲେଟ୍ ଏହି ଟ୍ରଫିରେ ଅଂଶଗ୍ରହଣ କରିବେ। ଗ୍ରାମାଞ୍ଚଳରୁ ପ୍ରତିଭା ଚିହ୍ନଟ କରାଯାଇ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ସେମାନଙ୍କୁ ଏହି ଟ୍ରଫି ମାଧ୍ୟମରେ ସ୍ୱୀକୃତି ମିଳିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାଏକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାପାଳ ବିଶାଳ ସିଂହ, ସର୍ବଭାରତୀୟ ହ୍ୟାଣ୍ଡବଲ ସଂଘର ବୈଷୟିକ କମିଟି ଅଧ୍ୟକ୍ଷ ଅତନୁ ମଜୁମଦାର, ରାଜ୍ୟ ସଂଘ ସଭାପତି ବିପ୍ଳବ ଚୌଧୁରୀ, ସଂପାଦକ ମାନସ କୁମାର ସିଂ, ସିତେନ୍ଦ୍ରନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଂପାଦକ ରିତିକ ଅଧିକାରୀ ଓ ସଭାପତି ବସନ୍ତ କୁମାର ଦାନୀ ଅତିଥିଙ୍କୁ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe