ପଦ୍ମପୁର ସବ୍‌ଜେଲ୍‌ରେ ୮୩ ଜଣ କରୋନାରେ ଆକ୍ରାନ୍ତ

Advertisment
ପଦ୍ମପୁର ସବ୍‌ଜେଲ୍‌ରେ ୮୩ ଜଣ କରୋନାରେ ଆକ୍ରାନ୍ତ

Odisha Bytes

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ସବ୍‌-ଜେଲ୍‌ରେ ୮୩ ଜଣଙ୍କ କରୋନା ପଜିଟିଭ୍‌ ବାହାରିଛି। ଫଳରେ ଉଭୟ ପ୍ରଶାସନ ଏବଂ ଜେଲ୍‌ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ସବ୍‌-ଜେଲ୍‌ରେ ୧୨୪ ଜଣ କଏଦୀଙ୍କ ସହ ୮ ଜଣ ଷ୍ଟାପ୍‌ଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୩ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା।

ଅନ୍ୟ ପଟେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ଜଣଙ୍କୁ ଅକ୍ସିଜେନ ଲଗାଯାଇଛି। କିନ୍ତୁ ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସୂଚନା ମିଳିଛି l ଅନ୍ୟ ଆକ୍ରାନ୍ତମାନେ ଜେଲ୍‌ ଭିତରେ ଆଇସୋଲେସନରେ ରହିଛନ୍ତି। ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ତହସିଲ ସାହୁ, ଏସ୍‌ଡିପିଓ ପ୍ରଦୀପ ସାହୁ, ଆଇଆଇସି ରାଜେନ୍ଦ୍ର ସିଆଲ ପ୍ରମୁଖ ଉପକାରଗାରରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe