ଭୁବନେଶ୍ବର: ଚଳିତବର୍ଷ ଫେବ୍ରୁଆରି ମାସରେ ଓଡ଼ିଶାରେ ୮୪ହଜାର ଗାଡ଼ି ବିକ୍ରି ହୋଇଛି। ୨୦୨୫ ଫେବ୍ରୁଆରି ତୁଳନାରେ ଏହା ୨୨.୭୯ ପ୍ରତିଶତ ଅଧିକ। ବିକ୍ରି ହୋଇଥିବା ମୋଟ ୮୪ ହଜାର ଗାଡ଼ି ମଧ୍ୟରେ ଦୁଇ ଚକିଆ ଯାନ ସଂଖ୍ୟା ୬୮,୬୮୮ ରହିଛି। ଗତବର୍ଷ ଫେବ୍ରୁଆରି ତୁଳନାରେ ଚଳିତବର୍ଷ ଫେବ୍ରୁଆରିରେ ୨୨.୧୬ ପ୍ରତିଶତ ଅଧିକ ଦୁଇ ଚକିଆ ବିକ୍ରି ହୋଇଛି। ସେହିଭଳି ଗତମାସରେ ରାଜ୍ୟରେ ୨୫୬୭ଟି ତିନି ଚକିଆ, ୩୨୧୪ଟି ବାଣିଜ୍ୟିକ ଯାନ, ୫୬୫ଟି ନିର୍ମାଣ ଯାନ, ୭୩୧୧ଟି ପାସେଞ୍ଜର ଯାନ ଏବଂ ୧୬୫୫ଟି ଟ୍ରାକ୍ଟର ବିକ୍ରି ହୋଇଛି।
ଗତବର୍ଷ ଫେବ୍ରୁଆରି ତୁଳନାରେ ଏସବୁ ଯାନ ବିକ୍ରି ଯଥାକ୍ରମେ ୩୪.୭୫ ପ୍ରତିଶତ, ୧୭.୦୯ ପ୍ରତିଶତ, ୩୨.୩୨ ପ୍ରତିଶତ, ୨୯.୦୮ ପ୍ରତିଶତ ଏବଂ ୧୪.୬୧ ପ୍ରତିଶତ ବଢ଼ିଛି ବୋଲି ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ସ (ଫାଡା) ରିପୋର୍ଟରୁ ଜଣାଯାଇଛି। ଜିଏସ୍ଟି ହ୍ରାସ ଏବଂ ଲୋକଙ୍କ ଆୟବୃଦ୍ଧି ଆଦି କାରଣରୁ ରାଜ୍ୟରେ ଗାଡ଼ି ବିକ୍ରି ଉତ୍ସାହଜନକ ରହିଛି ବୋଲି ଫାଡା ଓଡ଼ିଶାର ଅଧ୍ୟକ୍ଷ ଅଖିଳ ପୋଦ୍ଦାର କହିଛନ୍ତି। କିନ୍ତୁ ଜାନୁଆରିରେ ରାଜ୍ୟରେ ହୋଇଥିବା ୮୭,୦୭୫ଟି ଗାଡ଼ି ବିକ୍ରି ତୁଳନାରେ ଏହା ପ୍ରାୟ ୩ହଜାର କମ୍।
ଆହୁରି ପଢନ୍ତୁ: Mamata's masterstroke: ନିର୍ବାଚନ ଘୋଷଣା ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍, ୧୦ମ ପାସ୍ ବେକାରଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଭତ୍ତା ପ୍ରଦାନ
ଦେଶରେ ମୋଟ ଯାନ ବିକ୍ରି ଫେବ୍ରୁଆରିରେ ୨୫.୬୨ ପ୍ରତିଶତ ବୃଦ୍ଧି ଘଟି ୨୪,୦୯,୩୬୨ ୟୁନିଟ୍ରେ ରହିଛି। ଦେଶରେ ବିକ୍ରି ହୋଇଥିବା ଗାଡ଼ିର ୩.୪୮ ପ୍ରତିଶତ ଓଡ଼ିଶାରେ ବିକ୍ରି ହୋଇଛି। ଓଡ଼ିଶାରେ ସବୁ ବର୍ଗର ଗାଡ଼ି ବିକ୍ରିରେ ଅଭିବୃଦ୍ଧି ହୋଇଛି। ଦେଶରେ ନିର୍ମାଣ ଯାନକୁ ଛାଡ଼ି ଅନ୍ୟ ସବୁ ବର୍ଗର ଗାଡ଼ି ବିକ୍ରି ବଢ଼ିଛି। ଗତବର୍ଷ ଫେବ୍ରୁଆରିରେ ଦେଶରେ ୬୮୦୪ଟି ନିର୍ମାଣ ଯାନ ବିକ୍ରି ହୋଇଥିବାବେଳେ ଚଳିତବର୍ଷ ଫେବ୍ରୁଆରିରେ ଏହା ୬୭୨୧କୁ ହ୍ରାସ ପାଇଛି। ଅର୍ଥାତ୍ ନିର୍ମାଣ ଯାନ ବିକ୍ରି ୧.୨୨ ପ୍ରତିଶତ କମିଛି।
ଓଡ଼ିଶା ବିକ୍ରି
ଯାନ ଫେବ୍ରୁଆରି ୨୦୨୬ ଫେବ୍ରୁଆରି ୨୦୨୫ ବୃଦ୍ଧି(%ରେ)
୨ଚକିଆ ୬୮,୬୮୮ ୫୬,୨୨୬ ୨୨.୧୬
୩ଚକିଆ ୨,୫୬୭ ୧,୯୦୫ ୩୪.୭୫
ବାଣିଜ୍ୟିକ ୩,୨୧୪ ୨,୭୪୫ ୧୭.୦୯
ନିର୍ମାଣ ୫୬୫ ୪୨୭ ୩୨.୩୨
ଯାତ୍ରୀବାହୀ ୭,୩୧୧ ୫,୬୬୪ ୨୯.୦୮
ଟ୍ରାକ୍ଟର ୧,୬୫୫ ୧,୪୪୪ ୧୪.୬୧
ମୋଟ ୮୪,୦୦୦ ୬୮,୪୧୧ ୨୨.୭୯
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/08/08bbs_66_08032026_112-2026-03-08-19-44-19.jpg)