Advertisment

ଭଲ ଅଧିକାରୀ ଭା‌ବି ଦୁଇ ଦିନ ପୂର୍ବରୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର, ଧରିପକାଇଲା ଭିଜିଲାନ୍ସ

Advertisment
ଭଲ ଅଧିକାରୀ ଭା‌ବି ଦୁଇ ଦିନ ପୂର୍ବରୁ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର, ଧରିପକାଇଲା ଭିଜିଲାନ୍ସ

ଭୁବନେଶ୍ବର/ବାଲେଶ୍ବର: ପ୍ରତ୍ୟେକ ମନୁଷ୍ୟଙ୍କର ଲୋଭ ଥାଏ। ଏହା ପ୍ରକୃତିଗତ ନିୟମ। କିନ୍ତୁ ମାତ୍ରାଧିକ ଲୋଭ ଜୀବନ ପ୍ରତି ବିପଦ ଆଣିଥାଏ। ଏକଥା ଉଣା ଅଧିକେ ସମସ୍ତେ ଜାଣନ୍ତି। ତଥାପି ଲୋଭର ବଶବର୍ତ୍ତୀ ହୋଇ ଅନେକ ଲୋକ ଫସିଯାଆନ୍ତି। ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ହେଉଛନ୍ତି ଜଣେ ଏଭଳି ସ୍ବଭାବର ବ୍ୟକ୍ତି, ଯିଏକି ତାଙ୍କର ଚାକିରି ଜୀବନରେ ୮୫ଟି ପ୍ଲଟ ଅକ୍ତିଆର କରିସାରିଛନ୍ତି। ଭିଜିଲାନ୍ସର ଚଢ଼ାଉ ପରେ ଏହା ଜଣାପଡ଼ିଛି।

ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ଯେ, ଶ୍ରୀ ପ୍ରଧାନଙ୍କ ପାଖରେ ୮୫ଟି ପ୍ଲଟ ଅଛି। ସେଥିମଧ୍ୟରୁ କେବଳ ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ୮୦ଟି ପ୍ଲଟ ରହିଛି। ପୁରୀ  ଜିଲ୍ଲା ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗରେ ଗୋଟିଏ ପ୍ଲଟ ରହିଛି। ଚଢ଼ାଉ ସମୟରେ ନଗଦ ୧୧ ଲକ୍ଷରୁ ଅଧିକ ଟଙ୍କା ଓ ୨୧୮ ଗ୍ରାମର ସୁନା ଗହଣା ଜବତ ହୋଇଛି। ଏହା ସହ ଏକ ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି। ତାଙ୍କ ଘର ଓ ସରକାରୀ କ୍ୱାର୍ଟର ସମେତ ୭ଟି ସ୍ଥାନରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ଜଳେଶ୍ୱର ବଡ଼ ବଜାରରେ ଥିବା ତାଙ୍କ ପୈତୃକ ଘର, ନୂଆ କରି ତିଆରି ହେଉଥିବା ୫ ମହଲା ଘରେ ଭିଜିଲାନ୍ସ ଟିମ୍ ଚଢାଉ କରୁଛନ୍ତି। ଏହା ସହ ସେହି ବଡ଼ବଜାରରେ ଥିବା କୋଠା, ମାର୍କେଟ୍ କମ୍ପ୍ଲେକ୍ସ, ଆଇଟିଆଇଟି ଛକରେ ଥିବା ସରକାରୀ ବାସଭବନ, ଅଫିସ୍ ଓ ଜଳେଶ୍ବରରେ ଥିବା ଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଛି। ରେଡ୍ ବେଳେ ଭିଜିଲାନ୍ସ ଅଧିକାରୀଙ୍କୁ ଟଙ୍କା ଭର୍ତି ବ୍ୟାଗ ମିଳିଛି। ଏହା ସହ କିଛି ବ୍ୟାଙ୍କ ଜମା ଓ କାଗଜପତ୍ର ମଧ୍ୟ ଜବତ କରାଯାଇଛି।

ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ଵର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ କାର୍ଯ୍ୟରତ ଥିଲେ। ଦୁଇ ଦିନ ତଳେ ସରକାର ତାଙ୍କୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ଦେଇଛନ୍ତି। କେନ୍ଦୁଝରରେ ସେ ଯୋଗଦେବାକୁ ଥିବାବେଳେ ତାଙ୍କ ଉପରେ ଏହି ଚଢ଼ଉ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe