ଅବକାରୀ ଚଢ଼ଉରେ ୮୫ ଲିଟର ଦେଶୀ-ବିଦେଶୀ ମଦ ଜବତ, ୪ ଅଭିଯୁକ୍ତ ଗିରଫ

Advertisment
ଅବକାରୀ ଚଢ଼ଉରେ ୮୫ ଲିଟର ଦେଶୀ-ବିଦେଶୀ ମଦ ଜବତ, ୪ ଅଭିଯୁକ୍ତ ଗିରଫ

ଭଦ୍ରକ: ଜିଲ୍ଲା ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପୁର, ଶିପୁର, ବାରିକପୁର, ଅନନ୍ତପୁର, ଜଳମଣ୍ଡୁଆ ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଜେନ୍ଦ୍ରପୁର, ବେଲଦା ଓ ହାତୀସାହି ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୮୦ ଲିଟର ଦେଶୀ ମଦ ଓ ୫.୪୦୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏଥି ସହିତ ବେଆଇନ୍‌ ମଦ କାରବାରରେ ସମ୍ପୃକ୍ତ ମୋଟ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ପ୍ରେମାନନ୍ଦ ଦାସ, ଅନନ୍ତପୁର ଗ୍ରାମର ଦିନା ମୁଣ୍ଡା ଓ ମୁନା ଚାମ୍ପିଆ ମୁଣ୍ଡା ଏବଂ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଜେନ୍ଦ୍ରପୁର ଗ୍ରାମର ନିରାକାର ଜେନା।

ଅବକାରୀ ବିଭାଗ ଦ୍ବାରା ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢଉରେ ଏସ୍‌.ଆଇ ରବି ବେହେରା, ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ଥାନା ପକ୍ଷରୁ ୪ଟି ମାମଲା ରୁଜ୍ଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe