ରାଜ୍ୟରେ ୮୬୦ଟି ୧୦୮ ଆମ୍ବୁଲାନ୍ସ ରହିଛି: ସ୍ବାସ୍ଥ୍ୟ ମନ୍ତ୍ରୀ

ବର୍ତ୍ତମାନ ରାଜ୍ୟରେ ୮୬୦ଟି ୧୦୮ ଆମ୍ବୁଲାନ୍ସ ରହିଛି। ସେଥିମଧ୍ୟରେ ୪୧୧ଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ(ଏଏଲଏସ) ରହିଛି। ଏବଂ ୪୪୯ଟି ମୌଳିକ ଜୀବନ ରକ୍ଷାକାରୀ(ବିଏଲଏସ) ଆମ୍ବୁଲାନ୍ସ ରହିଛି...

ambulance..

860 ambulances in the state: Health Minister

ଭୁବନେଶ୍ବର:  ବର୍ତ୍ତମାନ ରାଜ୍ୟରେ ୮୬୦ଟି  ୧୦୮ ଆମ୍ବୁଲାନ୍ସ ରହିଛି। ସେଥିମଧ୍ୟରେ ୪୧୧ଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ(ଏଏଲଏସ) ରହିଛି। ଏବଂ ୪୪୯ଟି ମୌଳିକ ଜୀବନ ରକ୍ଷାକାରୀ(ବିଏଲଏସ) ଆମ୍ବୁଲାନ୍ସ  ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ସୂଚନା ପ୍ରଦାନ କରିଛନ୍ତି।

ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ପଚାରିଥିଲେ ଯେ, ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସର ସଂଖ୍ୟା ସ୍ଥିତି ଜିଲ୍ଲାୱାରୀ ପ୍ରଦାନ କରିବେ କି, ସରକାର କେବେ ଆଉ କେତେ ନୂତନ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେବେ ତାହାର ଜିଲ୍ଲା ୱାରି ତଥ୍ୟ ପ୍ରଦାନ କରିବେ କି?

 
 ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେତେ ଗୋଟି ଆମ୍ବୁଲାନ୍ସ ଅଛି, ରେଫର କେସ୍ ପାଇଁ କେତେ ଅଛି,। ଏସସିବି ରେଫରାଲ କେସ୍‌କୁ ଆମ୍ବୁଲାନ୍ସ ଅଧିକାଂଶ ସମୟରେ ଉପଲବ୍ଧ ହେଉ ନଥିବା ଖବର ବିଭାଗ ପାଖରେ ଅଛି କି? ଏହି  ସମସ୍ୟାର ସମାଧାନ ପାଇଁ ବିଭାଗ କ'ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ?


ଏହାର ଉତ୍ତରରେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ୪୨୧ ଟି ଆମ୍ବୁଲାନ୍ସକୁ ବଦଳାଯିବା ପ୍ରସ୍ତାବ ଅନୁମ‌ୋଦନ ପରେ କିଣାଯିବା ପାଇଁ ଅର୍ଡର ଦିଆଯାଇଛି।

ବାଲେଶ୍ବର ଜିଲ୍ଲାରେ ମୋଟ ୬୧ଟି ଆମ୍ବୁଲାନ୍ସ ଅଛି। ସେଥିମଧ୍ୟରୁ ୧୫ଟି ଏଏଲଏସ ଏବଂ ୪୬ଟି ବିଏଲଏସ ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଜନିତ ସମସ୍ୟାରର ମୁକାବିଲା ପାଇଁ ୨୧ଟି ୧୦୮-ଇଏମଏଏସ ଆମ୍ବୁଲାନ୍ସ ବାଲେଶ୍ବର ଜିଲ୍ଲାର ମୁଖ୍ୟ ହସ୍ପିଟାଲର ୩୦ କିଲୋମିଟର ପରିସୀମା ମଧ୍ୟରେ ନିୟୋଜିତ କରାଯାଇଛି। ସେଥି ମଧ୍ୟରେ  ୭ଟି ଏଲଏଏସ ଏବଂ ୧୪ଟି ବିଏଲଏସ ଆମ୍ବୁଲାନ୍ସ ରହିଛି। ସେହିପରି ବାା‌ଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଗୋଟିଏ ଏଏଲଏସ ଏବଂ ଗୋଟିଏ ବିଏଲଏସ ଆମ୍ବୁଲାନ୍ସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe