ଡେପୁଟି କଲେକ୍ଟରଙ୍କ ଠିକଣାରେ ଚଢ଼ଉ ଘଟଣା: ୮୭,୭୮୫ନଗଦ ଟଙ୍କା ଜବତ ସହ ୪ଟି ଫ୍ଲାଟ ଓ ୬ଟି ପ୍ଲଟ ଠାବ

Advertisment

୨ଟି ଚାରିଚକିଆ ଓ ୩ଟି ଦୁଇ ଚକିଆ ଗାଡି ଠାବ କଲା ଭିଜିଲାନ୍ସ

୨ଟି ଚାରିଚକିଆ ଓ ୩ଟି ଦୁଇ ଚକିଆ ଗାଡି ଠାବ କଲା ଭିଜିଲାନ୍ସ

ଡେପୁଟି କଲେକ୍ଟରଙ୍କ ଠିକଣାରେ ଚଢ଼ଉ ଘଟଣା: ୮୭,୭୮୫ନଗଦ ଟଙ୍କା ଜବତ ସହ ୪ଟି ଫ୍ଲାଟ ଓ ୬ଟି ପ୍ଲଟ ଠାବ

ଜଗତସିଂହପୁର/ବାଲେଶ୍ବର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଜଗତସିଂପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ଠିକଣାରେ ଭିଜିଲାନ୍ସ ଅତର୍କିତ ଚଢ଼ଉ କରିଥିଲା। ଏହି ଚଢ଼ଉ ପରେ ଡେପୁଟି କଲେକ୍ଟରଙ୍କ ଘରୁ ୮୭ହଜାର ୭୮୫ନଗଦ ଟଙ୍କା ମିଳିଥିବା ଜଣାପଡ଼ିଛି। ଏହା ସହ ୨ଟି ଚାରିଚକିଆ ଓ ୩ଟି ଦୁଇ ଚକିଆ ଗାଡି ଭିଜିଲାନ୍ସ ଠାବ କରିଛି।

ସୂଚନା ମୁତାବକ, ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍‌ପିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ଏଥିରେ ୧୪ ଜଣ ଇନ୍‌ସପେକ୍ଟର, ୬ ଜଣ ଏଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଏପର୍ଯ୍ୟନ୍ତ ୪ଟା ଫ୍ଲାଟ, ଗୋଟିଏ ଦୁଇ ମହଲା ଘର ଏବଂ ୬ଟା ପ୍ଲଟ ଭିଜିଲାନ୍ସ  ଦ୍ବାରା ଠାବ କରାଯାଇଛି। ଜମି ଠାବ କରାଯିବା ପରେ ଏହାର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି ଭିଜିଲାନ୍ସର ଟେକ୍ନିକାଲ ଟିମ। ଏବେ ଚିତ୍ତରଂଜନ ପିଲ୍ଲାଙ୍କର ବ୍ୟାଙ୍କ ଓ ଇନ୍ସୁରାନ୍ସ ଜମା ଯାଞ୍ଚ ଚାଲିିଥିବା ସୂଚନା ମିଳିଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡେପୁଟି କଲେକ୍ଟର ଚିତ୍ତରଂଜନଙ୍କ ଭୁବନେଶ୍ବର, ବାଲେଶ୍ବର, ସୋନପୁର ଓ ଜଗତସିଂହପୁର ଠିକଣାରେ ଚଢ଼ଉ ଜାରି ରହିଛି। ଅଫିସ, ପୈତୃକ ଘର ଓ ସଂପର୍କୀୟଙ୍କ ସମେତ ମୋଟ ୯ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ଉ ଜାର ରଖିଛି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଭିଜିଲାନ୍ସର ୨୨ ଜଣିଆ ଟିମ୍ ଛାନଭିନ୍ ଆରମ୍ଭ ‌ହୋଇଥିଲା। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଚିତ୍ତରଞ୍ଜନଙ୍କ ଚାମ୍ବର, ଭଡ଼ାଘର, ମଞ୍ଚେଶ୍ବର ହର୍ଷପ୍ରିୟା କନଷ୍ଟ୍ରକସନରେ ଥିବା ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭରେ ଥିବା ଫ୍ଲାଟ୍, ଚନ୍ଦକା ଥାନା ନୂଆଗାଁସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ବାଲେଶ୍ବର ସୁନାହାଟରେ ଦୁଇଟି ଫ୍ଲାଟ୍, ସୋନପୁର ସହରରେ ଏକ ଦୁଇ ମହଲା କୋଠା, ବାଲିଆପାଳ ନଇଘାଟିରେ ପୈତୃକ ଘର ଉପରେ ଏକା ସାଙ୍ଗରେ ଚଢଉ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe