କରୋନାକୁ ହରାଇଲେ ୮୮ ବର୍ଷୀୟ ମଠ ମହନ୍ତ

କରୋନାକୁ ହରାଇଲେ ୮୮ ବର୍ଷୀୟ ମଠ ମହନ୍ତ

ସମ୍ବଲପୁର : ଧନୁପାଲି ଗୋପାଲ୍‌ଜୀ ମଠର ମହନ୍ତ ବାବା କୌଶଳ କିଶୋର ଦାସ ୮୮ ବର୍ଷ ବୟସରେ କରୋନାକୁ ହରାଇ ସୁସ୍ଥ ‌ହୋଇ ଫେରିଛନ୍ତି। ସେ ଦୀର୍ଘ ୧୧ ଦିନ ଧରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ ଅଶ୍ବିନୀ କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେବା ପରେ ମଠକୁ ଫେରିଛନ୍ତି।

କରୋନା ଆକ୍ରାନ୍ତ ହେବା ପରେ ଗତ ୧୨ ତାରିଖ ଦିନ ତାଙ୍କୁ ଅଶ୍ବିନୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରା ଯାଇଥିଲା। ସେତିକି ବେଳେ ତାଙ୍କ ଅକ୍ସିଜେନ୍ ୩୬ର ନିମ୍ନତମ ସ୍ତରକୁ ଖସି ଯାଇଥିଲା। ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ତାଙ୍କୁ ୩ ଦିନ ଭେଣ୍ଟିଲେଟର୍‌ରେ ରଖାଯିବା ସହ ବାକି ଦିନ ଗୁଡ଼ିକରେ ଅକ୍ସିଜେନ୍‌‌ ଦିଆ ଯାଇଥିଲା। ୨୨ ତାରିଖରେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏବେ ତାଙ୍କ ଅକ୍ସିଜେନ୍‌ସ୍ତର ୯୨-୯୩ ରହିଛି ଯାହା ତାଙ୍କ ବୟସକୁ ଦେଖିଲେ ସ୍ବାଭାବିକ ବୋଲି ଡାକ୍ତର କହିଛନ୍ତି। ସ୍ଥାନୀୟ ଲୋକେ ବାବାଙ୍କ ଦେଖାଶୁଣା କରିବା ସହ ତାଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe