ରାଜ୍ୟ ପୁଲିସର ସ୍ବତନ୍ତ୍ର ଅଭିଯାନ: ୮୯୪ ନିଖୋଜ ଶିଶୁ ଉଦ୍ଧାର

Advertisment
ରାଜ୍ୟ ପୁଲିସର ସ୍ବତନ୍ତ୍ର ଅଭିଯାନ: ୮୯୪ ନିଖୋଜ ଶିଶୁ ଉଦ୍ଧାର

ଭୁବନେଶ୍ବର: ସଂପ୍ରତି ରାଜ୍ୟରେ ଶିଶୁ ନିଖୋଜ ଘଟଣା ଚିନ୍ତାର ବିଷୟ ପାଲଟି ଥିବା ବେଳେ ପୁଲିସ ମାତ୍ର ୮ ଦିନ ମଧ୍ୟରେ ୯୮୪ ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ନିଖୋଜ ପିଲାମାନଙ୍କୁ ଉଦ୍ଧାର ଓ ଖୋଜିବା ପାଇଁ ଓଡ଼ିଶା ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ଏହି ସ୍ବତନ୍ତ୍ର ଅଭିଯାନ ଗତ ଜାନୁଆରି ୧୮ ତାରିଖ ଠାରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହୋଇଥିଲା। ସାରା ରାଜ୍ୟରେ ଚାଲିଥିବା ଏହି ଅଭିଯାନ ବଳରେ ବିଭିନ୍ନ ସ୍ଥାନରୁ ୮୯୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୯୪ ଜଣ ବାଳକ ଓ ୮୦୦ ବାଳିକା ସାମିଲ ଅଛନ୍ତି। ନିଖୋଜ ପିଲାମାନଙ୍କ ବିଷୟରେ ରୁଜୁ ହୋଇଥିବା ୮୩୪ ମାମଲା ଆଧାରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା।

ରାଜ୍ୟ ପୁଲିସର ଏହି ସ୍ବତନ୍ତ୍ର ଅଭିଯାନରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୨୭ ଜଣ ପିଲାଙ୍କୁ ଉଦ୍ଧାର କରିଥିବା ବେଳେ ମୟୂରଭଂଜ ୧୧୧ ଓ ବାଲେଶ୍ବରରୁ ୮୮ ଜଣଙ୍କୁ ଉଦ୍ଧାର କରିଛି। ବିଭିନ୍ନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦ୍ବାରା କରାଯାଇଥବା ଏହି ଭଲ କାମକୁ ଡିଜିପି ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲା ପରେ ରାଜ୍ୟରେ ଅନେକ ସ୍ଥାନରେ ଶିଶୁ ନିଖୋଜ ଘଟଣା ପଦାକୁ ଆସିଥିଲା। ଏହା ପରେ ପୁଲିସ ନିଖୋଜ ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ପୁଲିସର ଏହି ୮ ଦିନର ଅଭିଯାନରେ ଯଦି ୮୯୪ ଜଣ ନିଖୋଜ ଶିଶୁ ଉଦ୍ଧାର ହୋଇ ପାରିଛନ୍ତି। ତେବେ ଏହି ଅଭିଯାନର ଅବଧିକୁ ଯଦି ବଢ଼ାଇ ଦିଆଯାଏ ତା’ହେଲେ ଆହୁରି ଅନେକ  ନିଖୋଜ ଶିଶୁଙ୍କୁ ଠାବ କରାଯାଇପାରନ୍ତା ବୋଲି ରାଜ୍ୟର ବୁଦ୍ଧିଜୀବୀ ମହଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe