ପଞ୍ଜୀକୃତ ୬୬ ଗୋଶାଳାକୁ ୮.୯୬କୋଟିର ସହାୟତା: ୧୩ଟି ନୂତନ ଗୋଶାଳା ଓ ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ

Advertisment

ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ପଞ୍ଜୀକୃତ ୬୬ଟି ଗୋଶାଳାକୁ...

ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ପଞ୍ଜୀକୃତ ୬୬ଟି ଗୋଶାଳାକୁ...

ବଜବଜିଆରେ ୫ ଗୋରୁ ମୃତ, ଶତାଧିକ ଆକ୍ରାନ୍ତ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ ଓ ରକ୍ଷଣାବେକ୍ଷଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ପଞ୍ଜୀକୃତ ୬୬ଟି ଗୋଶାଳାକୁ ପ୍ରଥମ ପର୍ଯ୍ୟାୟରେ ୮.୯୬ କୋଟି ଟଙ୍କାର ସହାୟତା ଦିଆଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ପଞ୍ଜୀକୃତ ଗୋଶାଳାଗୁଡ଼ିକୁ ସହାୟତା ରାଶି ବିତରଣ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ କହିଥିଲେ ଯେ ଗୋଶାଳାରେ ଅସହାୟ ଗୋରୁଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଗୋବର ବ୍ୟବହାରକ୍ରମେ ଜିଆଖତ ଉତ୍ପାଦନ ପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସହାୟତା ପ୍ରଦାନ କରାଯାଇଛି। ଗୋଶାଳା ଓ ଗୋଧନ କେନ୍ଦ୍ରଗୁଡ଼ିକ ରାଜ୍ୟରେ ପ୍ରାଣୀ କଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବ। ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଏକ ଦୟାଳୁ ଓ ସମାବେଶୀ ସମାଜ ଗଠନ ପାଇଁ ପ୍ରତିବଦ୍ଧ। ଏହାଦ୍ବାରା ରାଜ୍ୟର ଗୋଶାଳା ଓ ଗୋପାଳକମାନେ ଉପକୃତ ହୋଇପାରିବେ ବୋଲି ସେ କହିଥିଲେ। 

ସୂଚନା ଅନୁସାରେ, ପ୍ରତି ବୟସ୍କ ଗୋରୁ ପାଇଁ ବାର୍ଷିକ ୨୦ହଜାର ଟଙ୍କା ସହାୟତା ଭାବେ ପ୍ରାୟ ୨୦ହଜାର ଅସହାୟ ଗୋରୁଙ୍କ ରକ୍ଷଣାବେକ୍ଷଣ କରାଯାଇପାରିବ। ସେହିପରି ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ୧୩ଟି ପ୍ରାଣୀକଲ୍ୟାଣ ସଂସ୍ଥାକୁ ପ୍ରାୟ ୧୩ଶହ ଅସହାୟ ଗୋରୁଙ୍କ ଥଇଥାନ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି ନୂତନ ଗୋଶାଳାଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ସେମାନଙ୍କୁ ପ୍ରାୟ ୫କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ। ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ ମଧ୍ୟ ବଣ୍ଟନ କରାଯାଇଛି। ଏହି ‌ଗୋଧନ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ୨.୧୫କୋଟିର ସହାୟତା ପ୍ରଦାନ କରାଯିବ। ବାର୍ଷିକ ପ୍ରାୟ ୩ହଜାର ଟନ୍‌ ଜିଆଖତ ଉତ୍ପାଦନ ହୋଇପାରିବ। ଏହା ମାଧ୍ୟମରେ ରାଜ୍ୟରେ ଗୋଶାଳା ଓ ଗୋପାଳକମାନେ ଲାଭବାନ ହୋଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀ ପାଳନ ନିର୍ଦ୍ଦେଶକ ରାମାଶିଷ ହାଜରା, ରାଜ୍ୟ ବିଭିନ୍ନ ପ୍ରାଣୀକଲ୍ୟାଣ ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe