‘ସଂସ୍କୃତ ଭାଷା ଭାରତୀୟଙ୍କ ଜୀବନଧାରଣର ମୂଳମନ୍ତ୍ର’

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ

‘ସଂସ୍କୃତ ଭାଷା ଭାରତୀୟଙ୍କ ଜୀବନଧାରଣର ମୂଳମନ୍ତ୍ର’

ପୁରୀ : ଦେବ ଭାଷା ସଂସ୍କୃତ ଭାରତୀୟଙ୍କ ଜୀବନଧାରଣର ସଦା ମୂଳମନ୍ତ୍ର ହୋଇ ରହିଥିବ। ବାସ୍ତୁ, ଯୋଗ, ଆୟୁର୍ବେଦ, ସ୍ଥପତି, କଳା, ଶିଳ୍ପ-ଶାସ୍ତ୍ର ଆଦି କ୍ଷେତ୍ରରେ ସଂସ୍କୃତ ଭାଷାର ସୁଦୂର ପ୍ରସାରୀ ସ୍ପର୍ଶ ନିହିତ ଥିବାରୁ ଏହି ଭାଷା କାଳଜୟୀ ହୋଇ ରହିଥିବ ବୋଲି ରାଜ୍ୟପାଳ ଏସ୍‌ସି ଜମିର କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ସୁବାସ ପାଣି, ବିଶିଷ୍ଟ ସଂସ୍କୃତ କବି ପଣ୍ଡିତ ପ୍ରବୋଧ କୁମାର ମିଶ୍ର ଏବଂ ପଣ୍ଡିତ ଉମାକାନ୍ତ ପଣ୍ଡାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି।

publive-image

ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୁଳପତି ପ୍ରଫେସର ରାଧାମାଧବ ଦାଶ ସ୍ୱାଗତ ଭାଷଣ ଦେଇଥିଲେ। ଉତ୍ସବରେ ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏଥି ସହ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe