ବରଗଡ଼ ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା

Advertisment
ବରଗଡ଼ ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା

ବରଗଡ଼: ସାହିତ୍ୟିକ ସ୍ରଷ୍ଟାଙ୍କୁ ସମ୍ବେଦନଶୀଳ ହେଲା ପରେ ହିଁ ଜନସାହିତ୍ୟ ପରେ ଗଣସାହିତ୍ୟରେ ପରିଣତ ହୋଇଥାଏ। ତେଣୁ ସମ୍ବେଦନଶୀଳତାକୁ ଆଧାର କରି ଲେଖକ ଏବଂ କବିଙ୍କୁ କଲମ ଚଲାଇବାକୁ ହେବ ବୋଲି ବରଗଡ଼ ପୁସ୍ତକ ମେଳାର  ଅଷ୍ଟମ ସନ୍ଧ୍ୟାରେ ଅଧ୍ୟାପକ ଡ. ଅଶୋକ ମହାପାତ୍ରଙ୍କ ସଭାପତିତ୍ବରେ 'ସାର୍ବଜନୀନ ବହୁଭାଷୀ କବିତା ପାଠୋତ୍ସବ' କାର୍ଯ୍ୟକ୍ରମରେ ଅତିଥିମାନେ କହିଛନ୍ତି।  କାର୍ଯ୍ୟକ୍ରମରେ କବି ଦିବ୍ୟ କିଶୋର ଦେବତା ମୁଖ୍ୟ ଅତିଥି  ଓ ଡ. ଉମେଶ ମହାପାତ୍ର  ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

publive-image

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ସୁଷମା ଦାଶ, ସଂଗୀତା ପଣ୍ଡା ଷଡ଼ଙ୍ଗୀ, ତେଜରୁ ବାରିକ ସଂଯୋଜନା କରିଥିଲେ। ପାଠାଗାରର ସମ୍ପାଦକ ବିକ୍ରମାଦିତ୍ୟ ପଣ୍ଡା,  ଡ. ଅଶୋକ ମହାପାତ୍ର, ଡ. ଉମେଶ ମହାପାତ୍ର, ସଂଗୀତା ପଣ୍ଡା ଷଡଙ୍ଗୀ, ସୁଷମା ଦାଶ, ତେଜରୁ ବାରିକ ଏହାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ  ମନିଷା ମିଶ୍ରଙ୍କ 'ଓଡ଼ିଶାର ପ୍ରଥମ ଚୋକା କାବ୍ୟ ସିଦ୍ଧାର୍ଥ ବୁଦ୍ଧ' ଓ , କବିତା ଗୁଚ୍ଛ ବିଭାବରୀର ସ୍ବପ୍ନ, ଡ. ରମାକାନ୍ତ ଶତପଥୀଙ୍କ ଓଡ଼ିଶା ଦ୍ଵିତୀୟ ଚୋକା କାବ୍ୟ  ଶ୍ରୀ ଅରବିନ୍ଦ ଓ  କବିତା ଗୁଚ୍ଛ ଅଣୁ ଗୁଞ୍ଜନ, ଏମ. ଡି ଏଜୁକେସନ ସୋସାଇଟି ସମ୍ପାଦିତ ହିନ୍ଦୀ ପତ୍ରିକା 'ସମ୍ଭାବନା' ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe