ଭୁବନେଶ୍ୱର : ୮ମ ଓଡ଼ିଆ ଫିଲ୍ମ ଫେୟାର ଆଓ୍ଵାର୍ଡ ଆସନ୍ତା ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଉତ୍ସବରେ ୨୬ଟି ଭିନ୍ନ ଭିନ୍ନ ବିଭାଗରେ ପୁରସ୍କାର ଦିଆଯିବ। ଓଡ଼ିଆ ସିନେମା ଜଗତର ଜଣେ ବରିଷ୍ଠ କଳାକାରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ।
ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ବଲିଉଡ୍ର ଜଣେ ଆଗଧାଡ଼ିର କଳାକାର ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦୁଇଟି ସାମାଜିକ କାର୍ଯ୍ୟକ୍ରମ ସମେତ ଓଲିଉଡ ଓ ବଲିଉଡ କଳାକାରମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଆସନ୍ତା ଫେବ୍ରୁଆରିରେ ଦର୍ଶକଙ୍କ ଲାଗି ପାସ୍ ଉପଲବ୍ଧ ହେବା ସହ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦିଆଯିବ ବୋଲି ଆଓ୍ଵାର୍ଡ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ନିର୍ଦେଶକ ସ୍ମୃତିଶକ୍ତି ସାମନ୍ତରାୟ, ଚିଣ୍ଟୁ ମିଶ୍ର, ସୌମ୍ୟଜିତ ପରିଡ଼ା, ଉପଦେଷ୍ଟା ବାପୁ ଲେଙ୍କା ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
Follow Us