କାର ସହ  ୯.୯୪୦ କିଲୋ ଅଫିମ ଜବତ ,୫ ଗିରଫ

Advertisment

ରେବଣା ସଂରକ୍ଷିତ ଜଙ୍ଗଲରୁ ଝାଡ଼ଖଣ୍ଡ ରାଜ୍ୟକୁ ଚାଲାଣ ହେଉଥିଲା ଅଫିମ

ରେବଣା ସଂରକ୍ଷିତ ଜଙ୍ଗଲରୁ ଝାଡ଼ଖଣ୍ଡ ରାଜ୍ୟକୁ ଚାଲାଣ ହେଉଥିଲା ଅଫିମ

କାର ସହ  ୯.୯୪୦ କିଲୋ ଅଫିମ ଜବତ ,୫ ଗିରଫ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା କାଳିଆଦୁମା ଗ୍ରାମ ନିକଟରୁ ପୋଲିସ ଆଜି  ସକାଳେ ଚଢ଼ାଉ କରି ଏକ ଅଲ୍ଟୋ କାର (ଜେ ଏଚ ୦୫ ଏ ଟି ୬୪୧୫ ) ସହ ୯ କିଲୋ ୯୪୦ ଗ୍ରାମ ଅଫିମ ଜବତ କରିଛି। ଏହି ଅଫିମ ଚାଲାଣ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଖାଣ୍ଟି ଜିଲ୍ଲା ରୁହାନ ଗ୍ରାମର ଜୋହାନ ହାସା (୨୫ ) , ତୁରି ମୁଣ୍ଡା (୨୫) , ଜଗାଇ ସାରୁକଟ (୨୪) , ସାନି ମୁଣ୍ଡା (୨୧ ) ଓ ଅଟୁଆ ମୁଣ୍ଡା(୨୨) ପୋଲିସ ଗିରଫ କରିଛି।  ପୋଲିସ ସୂତ୍ରରୁ ପ୍ରକାଶ -ହରିଚନ୍ଦନପୁର ବ୍ଲକ ରେବଣାପଳାଶପାଳ ପଞ୍ଚାୟତ ବୁଢ଼ିପଦା ଗ୍ରାମ ନିକଟ ରେବଣା ସଂରକ୍ଷିତ ଜଙ୍ଗଲରୁ ଏକ ଅଲ୍ଟୋ କାରରେ ଅଫିମ ଯାଉଥିବା ସମ୍ପର୍କରେ ପୋଲିସ ଖବର ପାଇଥିଲା।

ଥାନା ଅଧିକାରୀ ଦେବକୀ ନାଏକ , ଏସଆଇ ସୁରେଶ କୁମାର ମାଝି , ଏଏସଆଇ ଖୁଦିରାମ କିଶାନଙ୍କ ସମେତ ପୋଲିସ କାଳିଆଦୁମା ଗ୍ରାମ ନିକଟରେ ଚଢ଼ାଉ କରି ଅଲ୍ଟୋ କାର ସହ ଅଫିମ ଜବତ କରିଥିଲେ। ଏହି ଅଫିମ ରେବଣା ସଂରକ୍ଷିତ ଜଙ୍ଗଲରୁ ଝାଡ଼ଖଣ୍ଡ ରାଜ୍ୟର ଖାଣ୍ଟି ଜିଲ୍ଲାକୁ ଏହି ଯୁବକମାନେ ଚାଲାଣ କରୁଥିଲେ। ଏଥିସହ ଅଭିଯୁକ୍ତଙ୍କ ପାଖରୁ ୨ ମୋବାଇଲ ଓ ୫୯୪୦ ଟଙ୍କା ପୋଲିସ ଜବତ କରିଛି। ମାଜିଷ୍ଟେଡ ତଥା ହରିଚନ୍ଦନପୁରର ଅତିରିକ୍ତ ତହସିଲଦାର ବିରାମ କିସ୍କୋ ଙ୍କ ଉପସ୍ଥିତିରେ ଅଫିମ କୁ ସିଲ କରାଯାଇଥିଲା।

ଥାନା ଅଧିକାରୀ ଦେବକୀ ନାଏକ ଏ ସମ୍ପର୍କରେ ୧୪୩/୧୮ବି ଏନଡିପିଏସ ଆକ୍ଟ / ୧୯ -୭ -୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ - ହରିଚନ୍ଦନପୁର , ତେଲକୋଇ ଓ ଢେଙ୍କାନାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳ (ବଡଝାର) ରେ ଗଞ୍ଜେଇ ଚାଷ ହେଉଛି ବୋଲି ରେବଣାପଳାସପାଳ ଅଞ୍ଚଳରେ ଆଲୋଚନା ହେଉଥିଲା। ଏହା ଏକ ଘଞ୍ଚ ଏବଂ ଗୁର୍ଗମ ଅଞ୍ଚଳ ହୋଇଥିବାରୁ ବନବିଭାଗ କିମ୍ବା ପୋଲିସ ସେଠାରେ ପହଞ୍ଚି ପାରୁନାହିଁ। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe