ଟ୍ରକ୍‌ ଲୁଟେରା ଗ୍ୟାଙ୍ଗ୍‌ର ୯ ଜଣ ସଦସ୍ୟ ଗିରଫ, ନଗଦ ୨.୪୫ ଲକ୍ଷ ଜବତ

Advertisment
ଟ୍ରକ୍‌ ଲୁଟେରା ଗ୍ୟାଙ୍ଗ୍‌ର ୯ ଜଣ ସଦସ୍ୟ ଗିରଫ, ନଗଦ ୨.୪୫ ଲକ୍ଷ ଜବତ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ପୁଲିସକୁ ବଡ ସଫଳତା ମିଳିଛି। ପୁଲିସ ୯ଜଣିଆ ଟ୍ରକ ଲୁଟେରାଙ୍କୁ ଗିରଫ କରିବା ସହ ନଗଦ ୨,୪୫,୦୦୦ ଟଙ୍କା ଜବତ କରିଛି। ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ସଙ୍ଗୁଡ଼ା ଗାଁର ମଣ୍ଟୁ ଓରଫ ଅଶ୍ବଜିତ ରାଉତ (୪୦), ଜୁମା ଓରଫ ମହମ୍ମଦ ଆବୁ ନାଜର (୨୯), ଧର୍ମଶାଳା ଥାନା ଭାଡଙ୍ଗା ଗାଁର କାଳିଆ ଓରଫ ବିକୁରାମ ନାୟକ (୩୬),  ନେଉଳପୁର ଗାଁର ରମେଶ ପରିଡ଼ା (୩୮), ବଡ଼ଚଣା ଥାନା କୋସାଳିପୁର ଗାଁର ସୋନୁ ଓରଫ (ସୌମ୍ୟଶ୍ରୀ ଜେନା (୨୬), ବାଲିଚନ୍ଦ୍ରପୁର ଥାନା ମାହିପୁର ଗାଁର ଟିକୁନ ଓରଫ ବିଶ୍ବଜିତ ସାମଲ (୩୧), ବିହାର ପାଟଣାର ପଣ୍ଡରଥା ଥାନା ଅନ୍ତର୍ଗତ ବଢ଼ା ନିବାସୀ ଗୁଡୁ ଠାକୁର (୪୦), ପଶ୍ଚିମବଙ୍ଗ କୋଲକାତାର କାଶୀପୁର ଥାନା ସିଆଇଟି ବିଲ୍ଡିଂର ଅଜୟ କୁମାର ସ’ (୩୬) ଓ ସିରଠି ଅଂଚଳର ରାଜା ଓରଫ ଅବିନିତ ସ’(୩୬)।

publive-image

ପୁଲିସ କହିଛି ଯେ, ଅଭିଯୁକ୍ତମାନଙ୍କ ଠାରୁ ୨ ଲକ୍ଷ ୪୫ ହଜାର ଟଙ୍କା ସହ ଏକ କାର,  ଚାରିଟି ମୋବାଇଲ ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଟ୍ରକ ଲୁଟେରା ଗ୍ୟାଙ୍ଗରେ ସୁଙ୍ଗୁଡ଼ା, ବାଲିଚନ୍ଦ୍ରପୁର, ଖୋଷଲିପୂର୍, ଭଡଙ୍ଗ ଅଚଳର ଅଭିଯୁକ୍ତମାନେ ଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗର ଚେର ଝାଡ଼ଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗର କୋଲକାତା ଯାଏଁ ଲମ୍ବିଛି ବୋଲି ଯାଜପୁର ଡିଏସ୍‌ପି ପ୍ରମୋଦ ମଲ୍ଲିକ ପ୍ରେସମିଟରେ ସୁଚନା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe