ଅଦିନିଆ ବର୍ଷାରେ ଗଲା ୯ଏକର ଫସଲ: ବିଷ ପିଇ ଜୀବନ ହାରିଲେ ଚାଷୀ

Advertisment

ଅଦିନିଆ ବର୍ଷାରେ ଫସଲହାନି ଯୋଗୁଁ ଆଳି ବ୍ଲକ୍‌ ଅନ୍ତର୍ଗତ ୩୪ ପଞ୍ଚାୟତର ଚାଷୀ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଅମଳ ସମୟରେ ପାଚିଲା ଧାନ ନଷ୍ଟ ହେବାରୁ ଶୁକ୍ରବାର ରାତିରେ ଆଳି ଥାନା କୋଳିଡିହ ଗ୍ରାମର ଜଣେ ଚାଷୀ ବିଷପିଇ ଜୀବନ ହରାଇଛନ୍ତି।

ଅଦିନିଆ ବର୍ଷାରେ ଫସଲହାନି ଯୋଗୁଁ ଆଳି ବ୍ଲକ୍‌ ଅନ୍ତର୍ଗତ ୩୪ ପଞ୍ଚାୟତର ଚାଷୀ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଅମଳ ସମୟରେ ପାଚିଲା ଧାନ ନଷ୍ଟ ହେବାରୁ ଶୁକ୍ରବାର ରାତିରେ ଆଳି ଥାନା କୋଳିଡିହ ଗ୍ରାମର ଜଣେ ଚାଷୀ ବିଷପିଇ ଜୀବନ ହରାଇଛନ୍ତି।

sfsffs

ଆଳି: ଅଦିନିଆ ବର୍ଷାରେ ଫସଲହାନି ଯୋଗୁଁ ଆଳି ବ୍ଲକ୍‌ ଅନ୍ତର୍ଗତ ୩୪ ପଞ୍ଚାୟତର ଚାଷୀ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଅମଳ ସମୟରେ ପାଚିଲା ଧାନ ନଷ୍ଟ ହେବାରୁ ଶୁକ୍ରବାର ରାତିରେ ଆଳି ଥାନା କୋଳିଡିହ ଗ୍ରାମର ଜଣେ ଚାଷୀ ବିଷପିଇ ଜୀବନ ହରାଇଛନ୍ତି। ମୃତ ଚାଷୀଜଣକ ହେଉଛନ୍ତି କୈଳାସ ଚନ୍ଦ୍ର ଧଳ(୫୭)। କୈଳାସ ଧାରକରଜ କରି ୯ଏକର ଜମିରେ ଧାନଚାଷ କରିଥିଲେ। ଚାଷ ପାଇଁ ସେ ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା କରଜ ଆଣିଥିଲେ। ହେଲେ ଲଘୁଚାପ ବର୍ଷାରେ କୈଳାସଙ୍କ ପାଚିଲା ଧାନ ନଷ୍ଟ ହୋଇଯାଇଥିଲା। 

ପରିବାର ଲୋକଙ୍କ ସୂଚନା ମୁତାବକ ଚାଷ କ୍ଷତି ଓ କରଜ ଶୁଝିବା ଚିନ୍ତାରେ କୈଳାସ ମାନସିକ ଭାରସାମ୍ୟ ହରାଇ ଖାଇବାପିଇବା ଛାଡ଼ି ଦେଇଥିଲେ। ଗତ ୩/୪ ଦିନ ଧରି ସେ ସକାଳୁ କ୍ଷେତ ନିକଟକୁ ଯାଇ ପାଣିରେ ପଚିଥିବା ଓ ଗଜା ହୋଇଯାଇଥିବା ଧାନ ଫସଲ ଦେଖି ସନ୍ଧ୍ୟାରେ ଫେରୁଥିଲେ। ଯିଏ ଯେତେ ବୁଝାଇଲେ ବି’ କୈଳାସ କିଛି ଶୁଣୁ ନ ଥିଲେ। କୈଳାସ ଗତକାଲି ବିଳମ୍ବିତ ରାତିରେ ବିଷପିଇ ଦେଇଥିଲେ। ଆଜି ସକାଳୁ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଆଳି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ବୋଲି ତାଙ୍କ ପୁତୁରା କୁମାରସେନ ଧଳ ଆଳି ଥାନା ଓ ଆଳି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। କୈଳାସଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ କୋଳିଡିହ ସରପଞ୍ଚ ହେମନ୍ତ ଧଳ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆଳି ପୁଲିସ ଶବ ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ଓ ତଦନ୍ତ ରିପୋର୍ଟ ଆସି‌ଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଳି ତହସିଲଦାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe