ସ୍ବଚ୍ଛ ଭାରତ ମିସନ୍‌ ଗ୍ରାମୀଣ-୨.୦ରେ ଓଡ଼ିଶାକୁ ୯ ପୁରସ୍କାର

Advertisment
ସ୍ବଚ୍ଛ ଭାରତ ମିସନ୍‌ ଗ୍ରାମୀଣ-୨.୦ରେ ଓଡ଼ିଶାକୁ ୯ ପୁରସ୍କାର

ଭୁବନେଶ୍ବର : ୨୦୨୦ ମସିହାରେ ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିସନ୍-ଗ୍ରାମୀଣ-୨.୦ରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଛି। ଏପର୍ଯ୍ୟନ୍ତ ୪୬ ହଜାର ୭୮୫ ଗାଁ ମଧ୍ୟରୁ ୧୧ ହଜାର ୨୦୩ଟିରେ ଓଡିଏଫ୍‌+ ହାସଲ କରିଛି। ଏହା ହେଉଛି ୨୩.୯ ପ୍ରତିଶତ। ପ୍ରମୁଖ ରାଜ୍ୟ ମଧ୍ୟରେ ଦେଶରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ରବିବାର ଦିନ ଦିଲ୍ଲୀରେ ଏକ ସମାରୋହରେ ରାଷ୍ଟ୍ରପତି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କୁ ପୁରସ୍କୃତ କରିଛନ୍ତି। ଏଥିରେ ଓଡ଼ିଶା ମୋଟ ୯ଟି ପୁରସ୍କାର ପାଇଛି। ‘ସୁଜଲମ୍’ ଅଭିଯାନ ୨ଟି ପୁରସ୍କାର ପାଇଥିବା ବେଳେ ସର୍ବେକ୍ଷଣ ଗ୍ରାମୀଣ ସର୍ଭେ ଅଧୀନରେ ଦୁଇଟି ପୁରସ୍କାର ମିଳିଛି।

ରାଜ୍ୟ ପୂର୍ବ ଜୋନ୍‌ରେ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ମିଳିଛି। ଏଥିରେ ଯାଜପୁର ଜିଲ୍ଲା ୧ ନମ୍ବର ହୋଇଛି। ବିଭିନ୍ନ ଥିମ୍ ଉପରେ କାନ୍ଥ ଚିତ୍ର ମାଧ୍ୟମରେ ଓଡିଏଫ୍‌ + ଉପରେ ସଚେତନତା ସୃଷ୍ଟି ପାଇଁ ୫ଟି ପୁରସ୍କାର ପ୍ରଦାନ କରାଯାଇଥିଲା। ରାଜ୍ୟକୁ ଏହି ପୁରସ୍କାର ଜଳଶକ୍ତି ମନ୍ତ୍ରୀ ପ୍ରଦାନ କରିଥିଲେ। ରାଜ୍ୟ ତରଫରୁ ମୁଖ୍ୟ ଶାସନ ସଚିବ, ପାନୀୟ ଜଳ ଏବଂ ପରିମଳ ନିର୍ଦ୍ଦେଶକ, ଅତିରିକ୍ତ ସଚିବ (ପରିମଳ)ଏବଂ ବିଭିନ୍ନ ଜନ ପ୍ରତିନିଧି ଓ ସରକାରୀ ଅଧିକାରୀ ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe