ବର୍ଷା: କେଉଁଠି କେଞ୍ଚାଏ, କେଉଁଠି ମେଞ୍ଚାଏ; ତାତି, ଗୁଳୁଗୁଳି ବଢ଼ୁଛି

Advertisment

୪୦ ଡିଗ୍ରି ଉପରେ୯ ସହର, ସମ୍ବଲପୁରରେ ସର୍ବାଧିକ ବର୍ଷା

୪୦ ଡିଗ୍ରି ଉପରେ୯ ସହର, ସମ୍ବଲପୁରରେ ସର୍ବାଧିକ ବର୍ଷା

ସୃଷ୍ଟି ହେଲା ଲଘୁଚାପ, ୨୪ରେ ଅବପାତ: ବାଲେଶ୍ବର, ଭଦ୍ରକରେ ୨୫ ଓ ୨୬ରେ ବର୍ଷା

Image Courtesy of Times of India

ଭବନେଶ୍ବର: ଫେରାର ମୌସୁମୀ। ଲଗାଣ ବର୍ଷାକୁ ଆଉ ଢେର ଦିନ ବାକି। ଏବେ କେଉଁଠି କେଞ୍ଚାଏ ତ କେଉଁଠି ମେଞ୍ଚାଏ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ବି ଗଡ଼ବଡ଼ ହୋଇଯାଉଛି। ଏଣେ ତାତି ସହ ଗୁଳୁଗୁଳି ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଲାଣି। କେତେକ ଆଭ୍ୟନ୍ତରୀଣ ଅଞ୍ଚଳ ସହ ଉପକୂଳରେ ସର୍ବାଧିକ ଗୁଳୁଗୁଳି ଅନୁଭୂତ ହୋଇଛି। ଗତକାଲି ବାରିପଦାରେ ୪୩.୮ଡିଗ୍ରି ତାପମାତ୍ରାରେ ଉତ୍ତପ୍ତ ସହର ପାଲଟିଥିବା ବେଳେ ଆଜି ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ରେକର୍ଡ କରାଯାଇଛି। ଏହା ସହ ୯ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ବୌଦ୍ଧରେ ୪୨, ଭୁବନେଶ୍ବରରେ ୪୦.୮, ନୟାଗଡ଼ରେ ଓ ପାରଳାଖେମୁଣ୍ଡିରେ ୪୦.୭, ଖୋର୍ଦ୍ଧାରେ ୪୦.୫, ଜଗତସିଂହପୁରରେ ୪୦.୩, ବାରିପଦାରେ ୪୦.୨ ଓ ଅନୁଗୁଳୁରେ ତାପମାତ୍ରା ୪୦.୧ ଡିଗ୍ରି ରେକର୍ଡ କରାଯାଇଛି।

ଉପକୂଳ ଓ ଆଭ୍ୟନ୍ତରୀଣ କେତେକ ଜିଲ୍ଲାରେ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ଗୁଳୁଗୁଳି ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବଲାଙ୍ଗୀର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳୁ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ‌ସତର୍କ ସୂଚନା ଜାରି କରାଯାଇଛି। ୧୯ରୁ ୨୦ ଭିତରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିବା ନେଇ ଆକଳନ କରାଯାଇଛି। ଏଥିପାଇଁ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ସତର୍କ ସୂଚନା‌ ଜାରି କରାଯାଇଛି। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ୧୫ ସହରରେ ବର୍ଷା ହୋଇଛି। ଦେବଗଡ଼ରେ ସର୍ବାଧିକ ୫୦.୪ମିମି ରେକର୍ଡ କରାଯାଇଥିବା ବେଳେ ବାଲେଶ୍ବରରେ ୪୮.୪, ହୀରାକୁଦରେ ୪୭, ବରଗଡ଼ରେ ୪୧.୬, କେନ୍ଦୁଝରରେ ୩୦, ବଲାଙ୍ଗୀରରେ ୨୭, ସମ୍ବଲପୁରରେ ୨୬.୬ ଓ ଝାରସୁଗୁଡ଼ାରେ ୨୬.୨ ମିମି ବର୍ଷା ହୋଇଛି। ଆଜି ଦିନ(ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୬ଟା)ରେ ବାରିପଦାରେ ୨.୪ ଓ ରାଉରକେଲାରେ ୦.୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହା ସହିତ ୭ଟି ସହରରେ ୪୦ଡିଗ୍ରିରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe