ନିର୍ମାଣ ଶ୍ରମିକଙ୍କ ନାଁରେ ୯ କୋଟି ଟଙ୍କା ହେରଫେର ଅଭିଯୋଗ ମାମଲା: ରାଉରକେଲା ପୂର୍ବତନ ଡିଏଲ୍‌ସିଙ୍କୁ ଭିଜିଲାନ୍ସର ଜେରା

Advertisment
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

the news room

ରାଉରକେଲା: ନିର୍ମାଣ ଶ୍ରମିକଙ୍କ ନାଁରେ ପ୍ରାୟ ୯ କ‌ୋଟି ଟଙ୍କା ହେରଫେର ଅଭିଯୋଗ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛନ୍ତି। ରାଉରକେଲା ଶ୍ରମ କମିସନରଙ୍କ କାର୍ଯ୍ୟାଳୟର ପୂର୍ବତନ ଡିଏଲ୍‌ସି ପି. ପାତ୍ର ରାଉରକେଲା ଭିଜିଲାନ୍ସ ଅଫିସ୍‌ରେ ହାଜର ହୋଇଥିଲେ। ଭିଜିଲାନ୍ସ ଡିଏସ୍‌ପି ବି. ନାୟକ ଓ ଅନ୍ୟ ଅଧିକାରୀ ଗତ ପ୍ରାୟ ଦେଢ଼ବର୍ଷ ତଳେ ରାଉରକେଲା ଶ୍ରମ କାର୍ଯ୍ୟାଳୟରେ ହୋଇଥିବା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚୁରା କରିଥିଲେ। ନିର୍ମାଣ ଶ୍ରମିକମାନଙ୍କୁ ଯୋଗାଇ ଦିଆଯାଇଥିବା ସାଇକେକଲ, ନିର୍ମାଣ ସରଞ୍ଜାମ ଯନ୍ତ୍ରପାତି, ନିରାପତ୍ତା ଉପକରଣ, ସାଇକେଲ ବଣ୍ଟନରେ ହେରଫେର ସମ୍ପର୍କରେ ଭିଜିଲାନ୍ସ ଅଧିକାରୀ ପୂର୍ବତନ ଡିଏଲ୍‌ସି ଶ୍ରୀ ପାତ୍ରଙ୍କୁ ଗୋଟି ଗୋଟି କରି ପ୍ରଶ୍ନ କରିଥିଲେ। ଶ୍ରୀ ପାତ୍ର ନିଜର ପକ୍ଷ ରଖିଥିବା ଭିଜିଲାନ୍ସ ଡିଏସ୍‌ପି ଶ୍ରୀ ନାୟକ କହିଛନ୍ତି। ପରବର୍ତ୍ତୀ ସମୟରେ ଦରକାର ପଡିଲେ ଶ୍ରମ କାର୍ଯ୍ୟାଳୟର ଅଧିକାରୀଙ୍କୁ ଭିଜିଲାନ୍ସ ପଚରାଉଚୁରା କରିପାରେ ବୋଲି ଜଣାପଡିଛି। ‌

ଉଲ୍ଲେଖଯୋଗ୍ୟ, ଗତ ୨୦୧୯ ପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲାର ୨୧ ହଜାର ୬୧୮ ଜଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା। ମାତ୍ର ଶ୍ରମ ବିଭାଗ କାର୍ଯ୍ୟାଳୟରୁ ୯ଟି ଶ୍ରମିକ ସହାୟତା ଶିବିରରେ ମୋଟ ୨ ହଜାର ୯୭୪ ଜଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା ବୋଲି ସୂଚନା ମିଳିଥିଲା। ଏ ବାବଦରେ ୭ କୋଟି ୫୮ ଲକ୍ଷ ୪୭ ହଜାର ସରକାରୀ ଅର୍ଥ ଶ୍ରମ ବିଭାଗ ଅଧିକାରୀମାନେ ହଡ଼ପ କରିଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। କେବଳ ଏତିକି ନୁହେଁ ପ୍ରତ୍ୟେକ କିଟ୍‌ ବ୍ୟାଗ୍ ମାଧ୍ୟମରେ ପ୍ରାୟ ୨ ହଜାର କରି ମୋଟ ୮୭ ଲକ୍ଷ ୫୩ ହଜାର ୩୦୦ ଟଙ୍କା ରାଉରକେଲା ଶ୍ରମ ଅଧିକାରୀ ଓ ଯୋଗାଣକାରୀ ସଂସ୍ଥା ମିଳିମିଶି ଲୁଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe