ଆନନ୍ଦପୁର: ଚାଷୀଙ୍କ ବାଡ଼ିରେ ଫଳିଛି ୯ ଫୁଟର ଲାଉ, ଦେଖିବାକୁ ଲୋକଙ୍କ ଗହଳି

Advertisment
ଆନନ୍ଦପୁର: ଚାଷୀଙ୍କ ବାଡ଼ିରେ ଫଳିଛି ୯ ଫୁଟର ଲାଉ, ଦେଖିବାକୁ ଲୋକଙ୍କ ଗହଳି

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ୧୬ ନମ୍ବର ୱାର୍ଡ ଶୈଲଙ୍ଗର ଘନଶ୍ୟାମ ସାଙ୍କ ବାଡ଼ିରେ ଫଳିଛି ୯ ଫୁଟର ଲାଉ। ଏହାକୁ ଦେଖିବା ପାଇଁ ତାଙ୍କ ବାଡ଼ିରେ ଲୋକଙ୍କ ଗହଳି ଜମୁଛି।

ଘନଶ୍ୟାମ ଜଣେ ଚାଷୀ। ନିଜ ବାଡ଼ିରେ ସେ ବର୍ଷତମାମ ବିଭିନ୍ନ ପ୍ରକା‌ର ପରିବା ଚାଷ କରିଥାନ୍ତି। ଦେଢ଼ମାସ ତଳେ ବଜାରରୁ ଲାଉ ମଞ୍ଜି ଆଣି ଲଗାଇଥିଲେ। ଏହାର ଲତା ଗୁହାଳଘର ଉପରକୁ ମାଡ଼ିଥିଲା। ଏଥିରେ ୯ ଫୁଟର ଏକାଧିକ ଲାଉ ଫଳିଛି। ଗୋଟିଏ ଲ‌ାଉର ଓଜନ ୧୫ରୁ ୧୬କେଜି ହୋଇଥିବାବେଳେ ଏହାକୁ ଖାଇବାକୁ ମଧ୍ୟ ଭଲ ଲାଗୁଥିବା ଘନଶ୍ୟାମ କହିଛନ୍ତି।

ଏନେଇ ଆନନ୍ଦପୁର ଉଦ୍ୟାନ ବିଭାଗ ସହକାରୀ ଅଧିକାରୀ ଅଙ୍କିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ପଚାରିବାରୁ ୩୦ରୁ ୩୫ ଡିଗ୍ରି ତାପମାତ୍ରାରେ ଲାଉ ବେଶ ଭଲ ଫଳିଥାଏ। ଉପଯୁକ୍ତ ବାତାବରଣ ଯୋଗୁଁ ଲାଉର ଆକାର ବୃଦ୍ଧି ପାଇଥିବା ଅଙ୍କିତା କହିଛନ୍ତି। ଏହି ଲାଉକୁ ଦେଖିବା ପାଇଁ ପାଖ ଗ୍ରାମରୁ ଲୋକେ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe