ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ର ମାରାଥନ ଜେରା, ୯ ଘଣ୍ଟା ପରେ ବାହାରିଲେ ପୂର୍ବତନ ବିଧାୟକ

ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ର ମାରାଥନ ଜେରା, ୯ ଘଣ୍ଟା ପରେ ବାହାରିଲେ ପୂର୍ବତନ ବିଧାୟକ

ଭୁବନେଶ୍ବର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ ଆଜି ମାରାଥନ ଜେରା କରିଛି। ଦୀର୍ଘ ୯ଘଣ୍ଟାରୁ ଅଧିକ ସମୟ ଜେରା ପରେ ପ୍ରଭାତ ବାହାରିଛନ୍ତି। ସିବିଆଇରେ ଥିବା ମାମଲା ଉପରେ ମୋତେ ଡାକିଥିଲେ ‌ବୋଲି ପ୍ରଭାତ କହିଛନ୍ତି। ମୋର ଆକାଉଣ୍ଟ ଷ୍ଟେଟମେଣ୍ଟକୁ ଚେକ୍ କରିବାକୁ ଡାକିଥିଲେ।

ଅର୍ଥତତ୍ତ୍ବ ଗ୍ରୁପ ସହ ଟଙ୍କା କାରବାର ନେଇ ଚାଲିଥିଲା ପଚରାଉଚୁରା। ଅର୍ଥତତ୍ୱ ଗ୍ରୁପକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଓ ୪୨ ଲକ୍ଷ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ ପ୍ରଭାତ ଓ ୨୦୧୫ ମାର୍ଚ୍ଚରେ ଜାମିନ ପାଇଥିଲେ। ୨୦୧୯ରେ ଇଡିରେ ହାଜର ହୋଇଥିଲେ। ପୁଣି ଆଜି ସକାଳୁ ୧୦ଟାରୁ ଆର୍ଥିକ କାରବାର ନେଇ ଇଡିର ୫ ଜଣିଆଟିମ କରିଥିଲା ପଚାରଉଚରା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe