୩ଟି ଗାଁରେ ଅଗ୍ନିକାଣ୍ଡ : ୯ ବଖରା ଭସ୍ମ

Advertisment
୩ଟି ଗାଁରେ ଅଗ୍ନିକାଣ୍ଡ : ୯ ବଖରା ଭସ୍ମ

ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ୍‌ର ୩ଟି ଗାଁ’ରେ ଆଜି ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ପର୍ଜଙ୍ଗ ବ୍ଲକ୍‌ ଆଖୁଆପାଳ ପଞ୍ଚାୟତ ରଘୁନାଥପୁର ଗାଁ ମାଟିଆ ସାହିରେ ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ ବିଦ୍ୟୁତ୍‌ ସଟ୍‌ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟି ପ୍ରଦୀପ ପ୍ରଧାନ ଓ ବିପିନ ପ୍ରଧାନଙ୍କର ୩ ବଖରା ଚାଳଘର ସଂପୂର୍ଣ୍ଣ ପୋଡ଼ି ଯାଇଥିଲା।

ସେହିପରି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ପଥରଖମ୍ବ ପଞ୍ଚାୟତ କାମର୍ଦା ଗ୍ରାମର ମୁଣ୍ଡା ସାହିରେ ଅଗ୍ନିକାଣ୍ଡ ଘଟି ନାରଦ ହେମ୍ବ୍ରମ୍‌ଙ୍କର ୩ ବଖରା ଜଳି ଯାଇଥିଲା। ପରେ ରାତି ୭ଟା ବେଳେ ଲୋଧଣୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ସଞ୍ଜୟ ସାହୁ, ଲେମ୍ବୁଆ ସାହୁ, ତୀର୍ଥବାସ ସାହୁଙ୍କର ଗୋଟିଏ ଲେଖା ଘର ପୋଡ଼ି ଯାଇଥିଲା।

ଖବର ପାଇ ପର୍ଜଙ୍ଗ ଦମକଳ କର୍ମଚାରୀ ପ୍ରଥମେ ମାଟିଆ ସାହି ଓ ପରେ ମୁଣ୍ଡା ସାହିକୁ ଯାଇ ନିଆଁ ଲିଭାଇଥିଲେ। ଅନ୍ୟପକ୍ଷରେ ତାଳଚେରରୁ ଦମକଳବାହିନୀ ଭୁଲ୍‌ ରାସ୍ତାରେ ଆସିବାରୁ ଲୋଧଣୀ ଗାଁ’ରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ସେତେବେଳକୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରି ସାରିଥିଲେ। ଏହାକୁ ନେଇ ଲୋଧଣୀ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ବ୍ଳକ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।

ସୋମବାର ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା କ୍ଷୟକ୍ଷତି ତଦନ୍ତ ପରେ ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପର୍ଜଙ୍ଗ ତହସିଲଦାର ଲଳିତ କୁମାର ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe