Accident: ଅଟୋ ଓଲଟି ୯ ଜଣ ଆହତ

ନବରଙ୍ଗପୁର ଜିଲ୍ଲା ମୈଦଲପୁର ଠାରୁ ଡାବୁଗାଁ ଦେଇ ଯାଇଥିବା ଦୟାଗୁଡା ଛକ ନିକଟରେ ଅଟୋ ଓଲଟି ୯ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ମୈଦଲପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ....

9 injured in auto overturn

9 injured in auto overturn Photograph: (sambad.in)

ମୈଦଲପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଠାରୁ ଡାବୁଗାଁ ଦେଇ ଯାଇଥିବା ଦୟାଗୁଡା ଛକ ନିକଟରେ ଅଟୋ ଓଲଟି ୯ ଜଣ ଆହତ ହୋଇଛନ୍ତି ।  ଆହତମାନଙ୍କୁ  ଚିକିତ୍ସା ଲାଗି ମୈଦଲପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଅଟୋ ସମ୍ମୁଖକୁ ଆସିଲେ କୁକୁର

ସୂଚନା ଅନୁସାରେ କିଛି ଲୋକେ ଚନ୍ଦ୍ରପୁର ପଞ୍ଚାୟତ ଟିକ୍ରାପାଲା ଗ୍ରାମରୁ ଏକ ଦଶାହ କାମରେ ମାନିଗାଁ ପଞ୍ଚାୟତ ରାଉଳିଗୁଡା ଯାଉଥିଲେ। ଯାଉଥିବା ସମୟରେ ଦୟାଗୁଡ଼ା ନିକଟରେ ତିନିଟି କୁକୁର ସମ୍ମୁଖକୁ ଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇବା ଫଳରେ ଅଟୋଟି ଚାଷ ଜମି ଭିତରକୁ ଓଲଟି ପଡିଥିଲା । ଫଳରେ  ବସିଥିବା ୧୪ ଜଣ ମଧ୍ୟରୁ ୯ ଜଣ ଆହତ ହୋଇଥିଲେ ।

ଆହୁରି ପଢ଼ନ୍ତୁ:Kanak News: କନକ ନ୍ୟୁଜର ‘ଦ ଭଏସ୍ ଅଫ୍ ରାଉରକେଲା’

ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଗାଡ଼ିରେ ଆହତମାନଙ୍କୁ ଚିକିତ୍ସା ଲାଗି ମୈଦଲପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି।

ଆହତମାନେ ଟିକ୍ରାପାଲା ଗ୍ରାମର ଲଛମନ ଗୌଡ଼(୩୫),ରଘୁନାଥ ଗୌଡ଼,କମଳା ଗୌଡ଼(୩୫),ବିମଳା ଗୌଡ଼(୬୦),ଗୀତାଞ୍ଜଳି ଗୌଡ଼(୦୨),କମଳା ଗୌଡ଼(୬୦),ସୁଭଦ୍ରା ଗୌଡ଼(୩୫),କମଳା ଗୌଡ଼(୫୦),ଦୁର୍ଯ୍ୟ ଗୌଡ଼(୪୦) ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ:Suicide Attack In Pakistan: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୬ ସୈନିକଙ୍କ ମୃତ୍ୟୁ

ରିପୋର୍ଟ: ଆକାଶ ବିଷୋୟୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe