ସୋର : ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ୯ ଗୁରୁତର, ମେଡିକାଲରେ ଭର୍ତ୍ତି

Advertisment
ସୋର : ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ୯ ଗୁରୁତର, ମେଡିକାଲରେ ଭର୍ତ୍ତି

image source--news first

ବାଲେଶ୍ୱର : ଜାତୀୟ ରାଜପଥ-୧୬ ସୋର ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକ ସହ ତୀର୍ଥଯାତ୍ରୀମାନଙ୍କ ଗାଡିଟି ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ଗୁଜୁରାଟର ଆରବଲିରୁ ଏହି ତୀର୍ଥଯାତ୍ରୀମାନେ ପୁରୀ ବୁଲି ଆସିଥିଲେ। ଭୋର ସମୟରେ ଡ୍ରାଇଭରର ଆଖି ଲାଖିଯିବାରୁ ବାଲେଶ୍ୱରର ସୋର ତଳନଗର ନିକଟ ଜାତୀୟ ରାଜପଥ-୧୬ରେ ଛିଡା ହୋଇଥିବା ଏକ ଟ୍ରକ ସହ ସେମାନଙ୍କ ଗାଡି ଧକ୍କା ହୋଇଥିଲା। ଫଳରେ ଗାଡିରେ ଥିବା ତୀର୍ଥଯାତ୍ରୀମାନେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ସୋର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଭାବେ ଆହତ ୩ ଜଣଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe