୯ ମାସର ଶିଶୁ ସମେତ ବାପା-ମା ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି

କ୍ବାରାଣ୍ଟିନ୍‌କୁ ଗଲେ ୫ ଡାକ୍ତର ଓ ନର୍ସ

ସପ୍ତାହେ ହେବ ଭିମ୍‌ସାରରେ ୱାଇଫାଇ ସେବା ବାଧାପ୍ରାପ୍ତ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାର ଶିଶୁ ରୋଗ ବିଭାଗରେ ଭର୍ତ୍ତି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ଜଣେ ୯ ମାସର ଶିଶୁ ରୋଗୀକୁ ଭିମ୍‌ସାର ଆଇସୋଲେସନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏହାସହିତ ଶିଶୁର ବାପା ଓ ମାଙ୍କୁ ମଧ୍ୟ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ତିନି ଜଣଙ୍କର ସ୍ବାବ୍‌ ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଛି। ସନ୍ଧ୍ୟାସୁଦ୍ଧା ସେମାନଙ୍କର ପରୀକ୍ଷା ରିପୋର୍ଟ ଆସିନାହିଁ। ଏହାସହିତ ବୁଧବାର ରାତିରେ ଭିମ୍‌ସାର ଶିଶୁରୋଗ ବିଭାଗରେ କାର୍ଯ୍ୟରତ ଥିବା ଜଣେ ବରିଷ୍ଠ ଆବାସିକ ଡାକ୍ତର, ପିଜି ଡାକ୍ତର ଓ ନର୍ସଙ୍କ ସମେତ ମୋଟ ୫ ଜଣଙ୍କୁ କ୍ବାରାଣ୍ଟିନ୍‌ରେ ରହିବାକୁ ନିର୍ଦେଶ ଦିଆଯାଇଛି।

ବୁଧବାର ଏହି ୯ ମାସର ଶିଶୁ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଭୋଗିବାରୁ ତାକୁ ପ୍ରଥମେ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁଟିକୁ ଭିମ୍‌ସାର ଶିଶୁରୋଗ ବିଭାଗରେ ବୁଧବାର ସନ୍ଧ୍ୟାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଶିଶୁଟିର ସ୍ଥିତି ଦେଖିବା ପରେ ଡାକ୍ତର ସନ୍ଦେହ କରି ତାଙ୍କୁ ଆଇସୋଲେସନ୍‌ ୱାର୍ଡକୁ ପଠାଇଥିଲେ। ଶିଶୁ ସହିତ ଆସିଥିବା ତାର ବାପା ଓ ମାଙ୍କୁ ମଧ୍ୟ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ, ଏହି ଘଟଣା ପରେ ଡାକ୍ତରଖାନା ପରିସରରେ ଏଭ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe