କ୍ୟାବିନେଟ୍‌ ନିଷ୍ପତ୍ତି: ଖୋଲିବ ୯ ନୂଆ ଅବକାରୀ ଥାନା, ୩ ସାଟେଲାଇଟ୍‌ ୟୁନିଟ୍‌

Advertisment

୪୫୭ ନୂଆ ପଦବି ସୃଷ୍ଟି, ଅମଲା ସେବା କ୍ୟାଡର ପଦବି ୭୨କୁ ବୃଦ୍ଧି

୪୫୭ ନୂଆ ପଦବି ସୃଷ୍ଟି, ଅମଲା ସେବା କ୍ୟାଡର ପଦବି ୭୨କୁ ବୃଦ୍ଧି

କ୍ୟାବିନେଟ୍‌ ନିଷ୍ପତ୍ତି: ଖୋଲିବ ୯ ନୂଆ ଅବକାରୀ ଥାନା, ୩ ସାଟେଲାଇଟ୍‌ ୟୁନିଟ୍‌

Rayagada News

ଭୁବନେଶ୍ବର : ଅବକାରୀ ନିର୍ଦ୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ଆଗତ ଏକାଧିକ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି। ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ଗୋପାଳପୁର, ଖପ୍ରାଖୋଲ, ମୋହନା, ଦାରିଙ୍ଗିବାଡ଼ି, ଯୋଡ଼ା, ହାଟଡ଼ିହ, ମୁନିଗୁଡ଼ା, କୋଇଡ଼ା ଓ ସୁକ୍ରୁଳି ଏଭଳି ୯ଟି ଜାଗାରେ ନୂଆ ଅବକାରୀ ଥାନା ହେବାକୁ ଯେଉଁ ପ୍ରସ୍ତାବ ରହିଥିଲା ତାହାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ସେହିଭଳି ଜଳେଶ୍ୱର, ବାସୁଦେବପୁର, ସାଲେପୁର, କାମାକ୍ଷାନଗର, ଆର. ଉଦୟଗିରି, ଭଞ୍ଜନଗର, ପାରାଦୀପ, ଯାଜପୁର ରୋଡ, ଭୁବନେଶ୍ୱର-୨, ନନ୍ଦପୁର, ନିମାପଡ଼ା, ରେଢ଼ାଖୋଲ ଓ ବଡଗାଁ ଏଭଳି ୧୩ଟି ନୂତନ ଅବକାରୀ ରେଞ୍ଜ କାର୍ଯ୍ୟାଳୟକୁ ମଞ୍ଜୁରି ମିଳିଛି।

କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ଅବସ୍ଥିତ ଇ. ଆଇ, ଏବଂ ଇ.ବି. ୟୁନିଟ ଅଧୀନରେ ବାଲେଶ୍ବର, ଜୟପୁର ଓ ରାଉରକେଲାରେ ୩ଟି ନୂତନ ସାଟେଲାଇଟ୍ ୟୁନିଟ୍ ସ୍ଥାପନ ହେବ। ୪୫୭ଟି ନିୟମିତ ଅବକାରୀ ଅଧୀକ୍ଷକ, ଉପ-ଅବକାରୀ ଅଧୀକ୍ଷକ, ଅବକାରୀ ନିରୀକ୍ଷକ, ଅବକାରୀ ଉପ-ନିରୀକ୍ଷକ, ଅବକାରୀ ସହକାରୀ ଉପ-ନିରୀକ୍ଷକ ଓ ଅବକାରୀ ସିପାହୀ ଆଦି ନୂତନ ପଦବି ସୃଷ୍ଟି ହେବ। ଫଳରେ ମୋଟ ପଦବି ସଂଖ୍ୟା ୨୧୯୭ ରୁ ୨୬୫୪ କୁ ବୃଦ୍ଧି ପାଇବାକୁ ଯାଉଛି।

ବିଭିନ୍ନ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଏବଂ ଇ.ଆଇ ଓ ଇ.ବି ୟୁନିଟ୍‌ରେ ୨୦ଟି ନୂତନ ନିୟମିତ ଅମଲା ପଦ ସୃଷ୍ଟି ହେବ। ଫଳରେ ଏହି ପଦବି ସଂଖ୍ୟା ୫୨ ରୁ ୭୨ କୁ ବୃଦ୍ଧି ପାଇବ। ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସ୍ତରରେ ୧୦ଟି ଅତିରିକ୍ତ ନିୟମିତ ପଦବିକୁ ମଞ୍ଜୁରି ମଳିଛି। ଫଳରେ ଅବକାରୀ ନିର୍ଦ୍ଦେଶାଳୟ ସେବା କ୍ୟାଡରର ପଦବି ସଂଖ୍ୟାକୁ ୩୯ ରୁ ୪୯ କୁ ବୃଦ୍ଧି ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe