ମେଡିକାଲରେ ରୋଗୀଙ୍କ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ: ଜଣେ ମୃତ, ୮ ଆହତ

ମେଡିକାଲରେ ରୋଗୀଙ୍କ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ: ଜଣେ ମୃତ, ୮ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଆଗରପଡ଼ା ମେଡିକାଲରେ ରୋଗୀଙ୍କ ଉପରେ ଆମ୍ବୁଲାନ୍ସ ଚଢ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ରୋଗୀ ଆହତ ହୋଇଥିବାର ଖବର ମିଳିଛି। ଏମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି।  ୮ ଆହତଙ୍କୁ ଆଗରପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଆଗରପଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ଲୋକଙ୍କ ଉପରେ ଚଢ଼ିଗଲା, ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ମୃତ୍ୟୁବରଣ କରିଥିବା ବ୍ୟକ୍ତି  ବଡ଼ ବର୍ଚିକୟା ଗ୍ରାମର ଶ୍ରୀଧର ଲେଙ୍କା ବୋଲି ଜଣାପଡିଛି। ଦୁର୍ଘଟଣା ଖବର ପାଇ ଆଗରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe