ପିକ୍‌ଅପ୍‌ରେ ଫେରୁଥିଲେ ୯ ଜଣ ଶ୍ରମିକ; ଟ୍ରେଲର ଧକ୍କାରେ ୨ ମୃତ, ୬ ଆହତ

ପେଟ ପାଳିବା ଓ ପରିବାର ପୋଷିବା ପାଇଁ ରାୟଗଡ଼ାରୁ ୯ ଜଣ ଶ୍ରମିକ ସମ୍ବଲପୁର ଆସିଥିଲେ। ଆଜି ସନ୍ଧ୍ୟାରେ ଜିନିଷପତ୍ର କିଣିବା ପାଇଁ ବଜାରକୁ ଯାଇଥିଲେ। ନିଜ କ୍ୟାମ୍ପକୁ ଫେରିବା ସମୟରେ ଦ୍ରୁତଗାମୀ ଏକ ଟ୍ରଲର ଧକ୍କା ଦେଇଥିଲା। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
cd97b77b-162f-4411-b516-47a8381b238c

ସମ୍ବଲପୁର: ସଦର ଥାନା ଅନ୍ତର୍ଗତ କୁଦୋପାଲି ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପରେ ବଜାରରୁ ଫେରୁଥିବା ବେଳେ ପଛପଟରୁ ଏକ ଦ୍ରୁତଗାମୀ ଟ୍ରେଲର ଧକ୍କା ଦେଇଛି। ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୨ ଦିନ ତଳେ ଜଣେ ଠିକାଦାରଙ୍କ ଅଧୀନରେ କେନଘାଟି ନିକଟ ରେଲବାଇ କର୍ଲଭର୍ଟ କାମ କରିବା ପାଇଁ ରୟଗଡ଼ା ଅଂଚଳରୁ କିଛି ଶ୍ରମିକ ଆସିଥିଲେ। ସେମାନେ କେନଘାଟି ନିକଟରେ ରହୁଥିବା ବେଳେ ବଜାର କରିବା ପାଇଁ ସିନ୍ଦୁରପଙ୍କକୁ ୯ଜଣ ଶ୍ରମିକ ଏକ ପିକ୍‌ଅପ୍‌ ଗାଡ଼ିରେ ଆସିଥିଲେ। ଫେରିବା ସମୟରେ ଦେବଗଡ଼ ଅଭିମୁଖେ ଯାଉଥିବା ଏକ ଟ୍ରେଲର ଜାତୀୟ ରାଜପଥ କୁଦପାଲି ନିକଟରେ ସେମାନଙ୍କ ପିକ୍‌ଅପ୍‌କୁ  ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ତେବେ, ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ମନୋଜ ମାଝୀ, ପବିତ୍ର ମାଝୀ, ପିଣ୍ଟୁ ଯାଦବ, କ୍ରିଷ୍ଣା ମାଝୀ, ମଦନ ମାଝୀ, ଯୋଗେଶ୍ୱର ମାଝି ଏବଂ ଲକେଶ ଉପାଡ଼ ଆହତ ହୋଇଥିଲେ।  

ସମୁଦାୟ ୬ ଜଣ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତଙ୍କୁ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି l ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରେଲର ଚାଳକ ଫେରାର ରହିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe