‘ସମ୍ବାଦ’ର ୩୯ତମ ସ୍ବନକ୍ଷତ୍ର ଅବସରରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା ପାଇଁ ୯ ଜୋନ୍, ୧୨ କେନ୍ଦ୍ର

Advertisment
‘ସମ୍ବାଦ’ର ୩୯ତମ ସ୍ବନକ୍ଷତ୍ର ଅବସରରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା ପାଇଁ ୯ ଜୋନ୍, ୧୨ କେନ୍ଦ୍ର

Sambad English

ଭୁବନେଶ୍ବର : ‘ସମ୍ବାଦ’ର ୩୯ତମ ସ୍ବନକ୍ଷତ୍ର ଅବସରରେ ଆସନ୍ତା ୧୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଜୋନ୍ ସ୍ତରୀୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା ପାଇଁ କେନ୍ଦ୍ର ତାଲିକା ଘୋଷଣା କରାଯାଇଛି। ୯ଟି ଜୋନ୍‌ର ୧୨ଟି କେନ୍ଦ୍ରରେ ଏହି ପ୍ରତିଯୋଗିତା ହେବ। ଭୁବନେଶ୍ବର ଜୋନରେ ସମ୍ବାଦ ଭବନ, ରସୁଲଗଡ଼ରେ ବିତର୍କ ପ୍ରତିଯୋଗିତା ହେବାକୁ ଥିବା ବେଳେ ଓଡ଼ିଶୀ ‌ରିସର୍ଚ୍ଚ ସେଣ୍ଟର, ଜୟଦେବ ବିହାରରେ ହେବ ସାରେଗାମା। ସେହିଭଳି କଟକ ଜୋନରେ ଶ୍ରୀରାମଚନ୍ଦ୍ର ଭବନ, ଟାଉନ୍ ହଲ୍ ରୋଡରେ ବିତର୍କ ଏବଂ ଶତାବ୍ଦୀ ଭବନରେ ହେବ ସାରେଗାମା। ଅନୁଗୁଳ ଜୋନରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଭୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା ହେବ। ବାଲେଶ୍ବର ଜୋନରେ ସମ୍ବାଦ ଭବନ, ଶିଳ୍ପାଞ୍ଚଳ ଏରିଆରେ ହେବ ଉଭୟ ବିତର୍କ ଏବଂ ସାରେଗାମା। ଯାଜପୁର ଜୋନରେ ଇନ୍ଦିରା ଗାନ୍ଧୀ ଉମେନ୍ସ କଲେଜ, ରାଉରକେଲା ଜୋନରେ ଦୀପିକା ଇଂଲିଶ ମିଡିୟମ ସ୍କୁଲ, ବ୍ରହ୍ମୁପର ଜୋନରେ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଏବଂ ଜୟପୁର ଜୋନରେ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ହେବ ଉଭୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା। ସମ୍ବଲପୁର ଜୋନରେ ସମ୍ବାଦ ଭବନ, ସାକ୍ଷୀପଡ଼ାରେ ବିତର୍କ ଏବଂ ତପସ୍ବିନୀ ଜିଲ୍ଲା ପ୍ରେକ୍ଷାଳୟରେ ହେବ ସାରେଗାମା ପ୍ରତିଯୋଗିତା।

publive-image

ଉଭୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତାରେ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ। ଏଥିପାଇଁ ଅନଲାଇନ୍ ‌ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ https://competition.sambad.in/ରେ ପଞ୍ଜୀକରଣ କରିପାରିବେ। ପ୍ଲେ ଷ୍ଟୋରରୁ ସମ୍ବାଦ ଆମ ଓଡ଼ିଶା ଆପ୍ ଡାଉନଲୋଡ କରି ମଧ୍ୟ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣରେ କୌଣସି ସମସ୍ୟା ଦେଖାଦେଲେ ପରୀକ୍ଷା କେନ୍ଦ୍ରକୁ ଆସି ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିପାଇଁ ନିଜ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟପତ୍ର ଆଣିବାକୁ ପଡ଼ିବ। ସାରେଗାମା ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଭଜନ ଓ ଲଘୁ ସଙ୍ଗୀତ ଗାଇପାରିବେ। ସେମାନଙ୍କୁ ବାଦ୍ୟଯନ୍ତ୍ରର ସହାୟତା ଯୋଗାଇ ଦିଆଯିବ। କୌଣସି ଅଶ୍ଳୀଳ ଓ ଦ୍ବିଅର୍ଥବୋଧକ ଗୀତ ଗାଇପାରିବେ ନାହିଁ। ସେହିପରି ବିତର୍କ ପ୍ରତିଯୋଗିତାର ବିଷୟବସ୍ତୁ ପ୍ରତିଯୋଗିତା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ପ୍ରଦାନ କରାଯିବ। ଜୋନସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ସୁଯୋଗ ମିଳିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତାର ତିନି ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ସ୍ଥାନ ପାଇଁ କୃତୀ ପ୍ରତିଯାଗୀଙ୍କୁ ପୁରସ୍କାର ବାବଦ ୧୦ ହଜାର ଟଙ୍କା, ଦ୍ବିତୀୟ ପୁରସ୍କାର ପାଇଁ ୭ ହଜାର ୫୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ବାବଦ ୫ ହଜାର ଟଙ୍କା ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ପ୍ରତିଯୋଗିତା ସଂପର୍କରେ ଅଧିକ ସୂଚନା ପାଇଁ ନିୟମିତ ‘ସମ୍ବାଦ’ ପଢ଼ିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe