ଟ୍ରେଡିଂ ଆପ୍‌ରେ ୯୦ ଲକ୍ଷ ଠକେଇ: ମହିଳାଙ୍କୁ ଚୂନ ଲଗାଇଲେ ସାଇବର ଠକ

Advertisment

କ୍ରାଇମ୍‌ବ୍ରାଞ୍ଚ ସାଇବର ୟୁନିଟ୍‌କୁ ଗଲା ମାମଲା

କ୍ରାଇମ୍‌ବ୍ରାଞ୍ଚ ସାଇବର ୟୁନିଟ୍‌କୁ ଗଲା ମାମଲା

ଟ୍ରେଡିଂ ଆପ୍‌ରେ ୯୦ ଲକ୍ଷ ଠକେଇ: ମହିଳାଙ୍କୁ ଚୂନ ଲଗାଇଲେ ସାଇବର ଠକ

ଭୁବନେଶ୍ବର: ଅନଲାଇନ ଟ୍ରେଡିଂର ମାୟାଜାଲ ବିଛାଇ ସାଇବର ଠକମାନେ ଲୁଟି ଚାଲିଛନ୍ତି। ଲୋକ ଚେତିବେ କ’ଣ ଲୋଭର ବଶବର୍ତ୍ତୀ ହୋଇ ଠକାମିର ଶିକାର ହେଉଛନ୍ତି। ରାଜଧାନୀ ପଟିଆ ଅଞ୍ଚଳର ଜଣେ ମହିଳା ଟ୍ରେଡିଂ ଆପ୍‌ ଜାଲରେ ଫସି ୯୦ ଲକ୍ଷ ଟଙ୍କା ହରାଇବା ପରେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଭୁବନେଶ୍ବର ସାଇବର ଥାନା ୫ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକେଇର ତଦନ୍ତ କରିବା କ୍ଷମତା ରହିଥିବା ବେଳେ ମହିଳାଜଣକ ଏବେ କ୍ରାଇମବ୍ରାଞ୍ଚ ସାଇବର ୟୁନିଟ୍‌ର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ରାଜସ୍ଥାନର ଏହି ମହିଳାଜଣକ ପଟିଆ ଅଞ୍ଚଳରେ ରହୁଛନ୍ତି। ସାଇବର ଲୁଟେରା ଟ୍ରେଡିଂ ଆପ୍‌ରେ ଅର୍ଥ ଦୁଇଗୁଣା କରିବାର ଲୋଭ ଦେଖାଇ ତାଙ୍କୁ ଜାଲରେ ଫସାଇଥିଲେ। ପ୍ରଥମେ ପ୍ରଥମେ ବିନିଯୋଗ ଅର୍ଥର ଲାଭାଂଶ ଦେଇ ପରେ ମୋଟା ଅଙ୍କର ଟଙ୍କା ଚୂନ ଲଗାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ କହିବା କଥା କିଛି ଦିନତଳେ ହ୍ବାଟ୍‌ସଆପ୍‌ ଲିଙ୍କ୍‌ରେ ତାଙ୍କୁ ଏକ ମେସେଜ ଆସିଥିଲା। ଵାର୍କ ଫ୍ରମ୍‌ ହୋମ୍‌ ନାଁରେ ଘରେ ବସି ଅର୍ଥ ରୋଜଗାର କରିବାର ଅଫର ଦେଇଥିଲେ ଲୁଟେରା। ପରେ ମହିଳାଙ୍କୁ ଟ୍ରେଡିଂ ଆପ୍‌ ନାଁରେ ଟାସ୍କ ପୂରଣ କରିବାକୁ ଦେଇଥିଲେ। ସାଇବର ଠକଙ୍କ ସହଯୋଗୀମାନେ ଥିବା ଏକ ଗ୍ରୁପ୍‌ରେ ମହିଳାଙ୍କୁ ସାମିଲ କରାଇଥିଲେ। ଠକମାନଙ୍କ କଥାରେ ପଡ଼ି ମହିଳା ଡିମାଟ୍‌ ଆକାଉଣ୍ଟ ଖୋଲିଥିଲେ। ଛୋଟ ଛୋଟ ବିନିଯୋଗ ଉପରେ ତାଙ୍କୁ ତତ୍କାଳ ଲାଭ ମିଳିଥିଲା। ପରେ ଅର୍ଥ ଦୁଇଗୁଣା ହେଉଥିବା ବିଶ୍ବାସ ଆସିବାରୁ ମୋଟା ଅଙ୍କର ଟଙ୍କା ବିନିଯୋଗ କରିଥିଲେ। ଭର୍ଚୁଆଲ୍‌ ଆକାଉଣ୍ଟରେ ଟଙ୍କା ବଢ଼ିଥିବା ଦେଖିଲେ ମଧ୍ୟ ସେ ଉଠାଇ ପାରିନଥିଲେ। ପୂର୍ବ ଟଙ୍କାକୁ ପାଇବାକୁ ହେଲେ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରି ଶେଷରେ ୯୦ ଲକ୍ଷ ହରାଇଥିଲେ।

ତେବେ କେବଳ ଏହି ଗୋଟିଏ ମାମଲା ନୁହେଁ, ନିକଟରେ ଭୁବନେଶ୍ବର, କଟକ, ପୁରୀ, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରୁ ମାଳମାଳ ଅଭିଯୋଗ ଆସୁଛି। ଗତ ମାସର ରିପୋର୍ଟ ଅନୁଯାୟୀ ମାତ୍ର ୧୯ଟି ମାମଲାରେ ଟ୍ରେଡିଂ ଆପ୍‌ରେ ୧୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି। ଯାଜପୁରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ୧କୋଟି ଟଙ୍କା ହରାଇ ଥିବାବେଳେ ଭୁବନେଶ୍ବର ପିଡବ୍ଲୁଡିର ଜଣେ ଇଞ୍ଜିନିୟର ୩୨ ଲକ୍ଷ, ପୁରୀର ଜଣେ ଡିଜିଟାଲ ମାର୍କେଟିଂ ବ୍ୟବସାୟୀ ୫୬ ଲକ୍ଷ ଟଙ୍କା ହରାଇ ସାଇବର ଥାନାକୁ ଦୌଡ଼ୁଛନ୍ତି। ସାଇବର ଯୁନିଟ୍‌ର ତଥ୍ୟ ଅନୁସାରେ କେରଳ, ମହାରାଷ୍ଟ୍ର, ଗୁଜରାଟରୁ ଏଭଳି ଟ୍ରେଡିଂ ଠକେଇ ବେଶି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe