ମହୁମାଛି ଦଂଶନ: ୯୦ ଛାତ୍ରଛାତ୍ରୀ ଆହତ, ୯ ଗୁରୁତର

Advertisment
ମହୁମାଛି ଦଂଶନ: ୯୦ ଛାତ୍ରଛାତ୍ରୀ ଆହତ, ୯ ଗୁରୁତର

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍‌ ଅନ୍ତର୍ଗତ ଦଶୀପୁର ପଞ୍ଚାୟତର ଗୁରୁଜାଙ୍ଗୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ମହୁମାଛି ଦଂଶନରେ ୯୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶ୍ରେଣୀ ଗୃହରୁ ବାହାରକୁ ଆସୁଥିଲେ। ଠିକ୍‌ ଏହିସମୟରେ ମହୁମାଛିମାନେ ହଠାତ୍ ସେମାନଙ୍କୁ ଆକ୍ରମଣ କରିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଭୟରେ ଏଣେତେଣେ ଦୌଡ଼ାଦୌଡ଼ି କରୁଥିବା ଦେଖାଯାଇଥିଲା। ତେବେ, ମହୁମାଛିଙ୍କ ଦଂଶନରେ ୯୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣ ଛାତ୍ରଛାତ୍ରୀଙ୍କ ସହ ଜଣେ ପାଚିକାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପ୍ରଧାନଶିକ୍ଷକ ବିଜୟ କୁମାର ସାହୁ, ଶିକ୍ଷକ ଦେବେନ୍ଦ୍ର ଓରାମ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ପର୍ଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା କରିବାପାଇଁ ନେଇଥିଲେ। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe