ଆସିଲା ୯୧-୧୦୨ ସଂକ୍ରମିତଙ୍କ ଜଣଙ୍କ ଯାତ୍ରା ଇତିହାସ

Advertisment

୧୧ଜଣଙ୍କ ଶରୀରରେ କରୋନାର ଲକ୍ଷଣ ନାହିଁ , ଲକ୍‌ଡାଉନ୍ ଚାଲିଥିବା ବେଳେ କୋଲାକାତାରୁ ଫେରିଛନ୍ତି

୧୧ଜଣଙ୍କ ଶରୀରରେ କରୋନାର ଲକ୍ଷଣ ନାହିଁ , ଲକ୍‌ଡାଉନ୍ ଚାଲିଥିବା ବେଳେ କୋଲାକାତାରୁ ଫେରିଛନ୍ତି

ଆସିଲା ୯୧-୧୦୨ ସଂକ୍ରମିତଙ୍କ ଜଣଙ୍କ ଯାତ୍ରା ଇତିହାସ

image source-long island press

ଭୁବନେଶ୍ବର : ରାଜ୍ୟରେ ଭ୍ରଦକ, ଯାଜପୁର ଓ ସୁନ୍ଦରଗଡ଼ରୁ ଚିହ୍ନଟ କରୋନା ସଂକ୍ରମିତଙ୍କ ଯାତ୍ରା ଇତିହାସ ଆଜି ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ୯୧-୧୦୨ ନଂ ଆକ୍ରାନ୍ତଙ୍କ ମଧ୍ୟରେ ୧୧ଜଣଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ମାତ୍ର ଅନ୍ୟ ରାଜ୍ୟରୁ ଫେରିଥିବା କାରଣରୁ ସେମାନଙ୍କ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିଲା ଏବଂ ତାହା ପଜିଟିଭ୍‌ ବାହାରିଛି। ୧୨ଜଣ ସଂକ୍ରମିତଙ୍କ ମଧ୍ୟରୁ ଭଦ୍ରକ ଓ ଯାଜପୁର ଫେରନ୍ତାଙ୍କ କୋଲକାତା ଲିଙ୍କ ରହିଛି। ଲକ୍‌ଡାଉନ୍ ସତ୍ତ୍ବେ ସେମାନେ କିଭଳି କୋଲକାତାରୁ ଆସିବାକୁ ସକ୍ଷମ ହେଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

୯୧ତମ ସଂକ୍ରମିତ ଚଳିତ ମାସ ୧୮ ତାରିଖରେ ସାଙ୍ଗ ସହ ବାଇକ୍‌ରେ କୋଲକାତାରୁ ଫେରିଥିଲେ। ଭଦ୍ରକ ଟାଉନ୍‌ରେ ସାଙ୍ଗ ଘରେ ରହିବା ସହ ୨୦ ତାରିଖରେ ସାଇକେଲ ଯୋଗେ ତିହିଡ଼‌ିରେ ପହଞ୍ଚିଥିଲେ। ତାଙ୍କୁ ସରକାରଙ୍କ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିଲା ଓ ସେଠାରେ ନମୁନା ପଜିଟିଭ୍ ଆସିବା ପରେ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୯୨ତମ ସଂକ୍ରମିତ ଗତ ୧୨ତାରିଖରେ କୁଆଖିଆର ଏକ ଇଟାଭାଟିରୁ ୧୦ ଜଣ ସାଥୀଙ୍କ ସହ ଅଟୋରେ ଘରକୁ ଫେରିଥିଲେ। ଯାଞ୍ଚ ସମୟରେ ତାଙ୍କର ନମୁନା ସଂଗ୍ରହ ହୋଇଥିଲା, ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୯୩ନଂ ସକ୍ରମିତ କୋଲାକାତାରୁ ନିଜ ବାପା ଓ ଅନ୍ୟ ୬ଜଣଙ୍କ ସହ ଗତ ମାସ ୨୭ ତାରିଖରେ ନିଜ ଘର ଧାମନଗରକୁ ଫେରିଥି‌ଲେ। ବାହାର ରାଜ୍ୟରୁ ଆସିଥିବା କାରଣରୁ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା। ପଜିଟିଭ୍ ଚିହ୍ନଟ ପରେ ତାଙ୍କର ଚିକିତ୍ସା କରାଯାଉଛି। ୯୪ନଂ ସଂକ୍ରମିତ କୋଲକାତାରୁ ଚାଲି ଚାଲି ଧାମନଗରରେ ପହଞ୍ଚିଥି‌ଲେ। ତାଙ୍କୁ ସରକାରୀ ସଙ୍ଗରୋଧରେ ରଖାଯାଇଥିଲା। ତାଙ୍କ ଶରୀରରେ ‌କୌଣସି ଲକ୍ଷଣ ନ ଥିବା ସତ୍ତ୍ବେ ନମୁନା ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଯାଜପୁରର ୯୫ନଂ ସଂକ୍ରମିତ ମଧ୍ୟ ଗତ ମାସରେ ୬ଜଣ ସାଥୀଙ୍କ ସହ ‌ଗାଡ଼ିରେ କୋଲକାତାରୁ ଫେରିଥି‌ଲେ। ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ୧୪ଦିନ ପୂରଣ କରିଥିଲେ। ପରେ ଘରେ ରହିଥିବା ବେଳେ ନମୁନା ସଂଗ୍ରହ କରାଯାଇଥିଲା ଓ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଯାଜପୁରର ୯୬ନଂ ଆକ୍ରାନ୍ତ ମଧ୍ୟ କୋଲକାତାରୁ ଫେରିଥିଲେ। ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ୧୪ ଦିନ ପୂରଣ କରିବା ପରେ ଘରେ ରହିଥିଲେ। ମାତ୍ର ବାହାର ରାଜ୍ୟରୁ ଫେରିଥିବା କାରଣରୁ ନମୁନା ସଂଗ୍ରହ କରାଯାଇଥିଲା। ନମୁନା ପଜିଟିଭ୍ ଆସିବା ପରେ ତାଙ୍କୁ ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୯୭ତମ ସଂକ୍ରମିତ କୋଲକାତାରୁ ଫେରିଥିଲେ। ନମୁନା ପଜିଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୯୮ ଓ ୯୯ତମ ସଂକ୍ରମିତ ମଧ୍ୟ କୋଲକାତାରୁ ଫେରିଛନ୍ତି। ୧୦୦ତମ ସଂକ୍ରମିତ କୋଲକାତାରୁ ଏକ ମିନି ଟ୍ରକ୍ ଜରିଆରେ ୨୦ଜଣଙ୍କ ସହିତ ଘରକୁ ଫେରିଥିଲେ। ଘରେ ସଙ୍ଗରୋଧରେ ୧୪ଦିନ ପୂରଣ କରିଛନ୍ତି। ମାତ୍ର ପରବର୍ତୀ ସମୟରେ ସାଙ୍ଗ ଓ ଅନ୍ୟମାନଙ୍କ ସହିତ ମିଳାମିଶା କରିଥିଲେ। ତାଙ୍କର କୌଣସି ଲକ୍ଷଣ ନ ଥିଲେ ହେଁ ବାହାର ରାଜ୍ୟରୁ ଫେରିଥିବା କାରଣରୁ ନମୁନା ସଂଗ୍ରହ କରାଯାଇଥିଲା ଓ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୧୦୧ ନଂ ସଂକ୍ରମିତଙ୍କ ୬୯ନଂ ସଂପର୍କୀୟ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂସ୍ପର୍ଶରେ ଆସିଥିବା କାରଣରୁ ସେ ସଂକ୍ରମିତ ହୋଇଛନ୍ତି। ଏବେ ତାଙ୍କୁ ରାଉରକେଲାର ହାଇଟେକ୍ କୋଭିଡ୍‌ ହସ୍ପିଟାଲ‌ରେ ଚିକିତ୍ସା କରାଯାଉଛି। ସେହିପରି ୧୦୨ନଂ ସଂକ୍ରମିତ ମଧ୍ୟ ୬୯ନଂ ସଂକ୍ରମିତଙ୍କ ପଡ଼ୋଶୀ। ଗତ ୧୮ ତାରିଖରେ ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ନମୁନା ପରୀକ୍ଷା ହୋଇଥିଲା। ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe