ଝାରସୁଗୁଡ଼ା: ଟାଉନ ଥାନା ଅନ୍ତର୍ଗତ ତଳପଟିଆ ଫାଣ୍ଡିର ପୁଲିସ ଝାରସୁଗୁଡ଼ା-ସୁନ୍ଦରଗଡ଼ ରାସ୍ତାର ତଳିପଟିଆ ଓ ସହରର ଏକ ଫୁଟପାଥ ରାସ୍ତାରୁ ବୁଧବାର ୯୨କିଲୋ ୫୦୦ ଗ୍ରାମ ଗଞ୍ଜେଇ ସମେତ ୨ଟି କାର ଜବତ କରିବା ସହିତ ୭ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ବିଶେଷ ସୂତ୍ରରୁ ସୂଚନା ମିିଳିବା ପରେ ପୁଲିସ ତଳପଟିଆ ଫାଣ୍ଡି ଅନ୍ତର୍ଗତ ଦୁର୍ଲାଗା ଛକ ଦେଇ ଯାଉଥିବା ଟାଟା ଇଣ୍ଡିଗୋ(ଓଡି୧୫ଏ ୧୪୧୧) ଓ ଟାଟା ମ୍ୟାଜିକ(ଓଡି୩୧ ୮୩୮୪)କୁ ଅଟକାଇଥିଲା। ଯାଞ୍ଚ ବେଳେ ଉଭୟ ଗାଡ଼ିରୁ ୯୦ କିଲୋ ଗଞ୍ଜେଇ ଜବତ ହୋଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ଏହା ଚାଲାଣ ହେଉଥିଲା ବୋଲି ପୁଲିସ କହିଛି। ଏହି ଘଟଣା ସହ ଜଡ଼ିତ ପୁଲିସ କଣ୍ଟାମାଲ ଥାନା ଅନ୍ତର୍ଗତ କଣ୍ଟାମାଳର ଗୋପ ଭୋଇଙ୍କ ପୁଅ ସୁରେଶ ଭୋଇ(୨୭), ଘୁଞ୍ଚାଙ୍ଗୀ ଗ୍ରାମର ପ୍ରହଲ୍ଲାଦ ଭୋଇଙ୍କ ପୁଅ ଚୈତନ୍ୟ ଭୋଇ(୩୦), ସ୍ୱର୍ଗତ ପୀତାମ୍ବର ରଣାଙ୍କ ପୁଅ ହେମନ୍ତ ରଣା(୩୦), ବନ୍ଧପାଲି ଗ୍ରାମର ଲିଙ୍ଗ ପୁଟେଲଙ୍କ ପୁଅ ନାରାୟଣ ପୁଟେଲ(୨୩), ତମ୍ବାସିନା ଗ୍ରାମର ଅଧିକ ବିଭାରଙ୍କ ପୁଅ ତରଣୀ ବିଭାର(୨୫) ଓ କଲରାକଟା ଗ୍ରାମର ଯୋଗେନ୍ଦ୍ର ସାହୁଙ୍କ ପୁଅ ଦୁର୍ଲଭ ସାହୁ(୨୪)ଙ୍କୁ ଗିରଫ କରିଛି।
ସେହିଭଳି ଅନ୍ୟ ଏକ ଘଟଣାରେ ପୁଲିସ କୁମୁଡ଼ାପାଲି ଗ୍ରାମର ସତ୍ୟାନନ୍ଦ ବାଗଙ୍କ ପୁଅ ନିମାଇଁ ଚରଣ ବାଗ(୨୭)ଙ୍କୁ ୨କିଲୋ ୫୦୦ଗ୍ରାମ ନେଇ ଯାଉଥିବା ବେଳେ ଚଢ଼ାଉ କରି ଗିରଫ କରିଛି।
Follow Us