୯୨% ଲୋକ ରାଜ୍ୟର ସ୍ବାସ୍ଥ୍ୟସେବାରେ ସନ୍ତୁଷ୍ଟ: ମୁଖ୍ୟମନ୍ତ୍ରୀ

Advertisment

ଇଏସ୍‌ଆଇ ହସ୍ପିଟାଲରେ ଯୋଗଦେଲେ ୫୫ଡାକ୍ତର, ୫୯ ପାରାମେଡିକ୍ସ

ଇଏସ୍‌ଆଇ ହସ୍ପିଟାଲରେ ଯୋଗଦେଲେ ୫୫ଡାକ୍ତର, ୫୯ ପାରାମେଡିକ୍ସ

୯୨% ଲୋକ ରାଜ୍ୟର ସ୍ବାସ୍ଥ୍ୟସେବାରେ ସନ୍ତୁଷ୍ଟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ଇଏସ୍‌ଆଇ ହସ୍ପିଟାଲରେ ଆଜି ୫୫ଡାକ୍ତର ଓ ୫୯ ପାରାମେଡିସକ୍ସ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ସୋମବାର ଦିନ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାସ୍ଥ୍ୟସେବା ରାଜ୍ୟ ସରକାରଙ୍କ ପ୍ରମୁଖତାରେ ରହିଛି। ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଶେଷକରି କେବିକେ ଜିଲ୍ଲାଗୁଡ଼ିକରେ ଡାକ୍ତରମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ଆର୍ଥିକ ଓ ଅଣଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ଇଏସ୍‌ଆଇ ହସ୍ପିଟାଲରେ ଡାକ୍ତର ଓ ପାରାମେଡିକ୍ସଙ୍କ ଯୋଗଦାନ ନିଶ୍ଚିତ ଭାବେ ରାଜ୍ୟରେ ପ୍ରମୁଖ ସ୍ବାସ୍ଥ୍ୟସେବା ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଖୋଲିବ ଆଉ ୪ ଇଏସ୍‌ଆଇ ହସ୍ପିଟାଲ, ୧୨ ଡିସ୍‌ପେନ୍‌ସାରି

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ୫-ଟି ଓ ମୋ ସରକାର ପଦକ୍ଷେପ ଲୋକଙ୍କୁ ସଶକ୍ତ କରିବାରେ ସଫଳ ହୋଇପାରିଛି। ରାଜ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକରେ ମିଳୁଥିବା ସ୍ବାସ୍ଥ୍ୟସେବାକୁ ୯୨ପ୍ରତିଶତ ଲୋକ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି। ଇଏସ୍‌ଆଇରେ ନବନିଯୁକ୍ତ ଡାକ୍ତରମାନେ ଲୋକଙ୍କୁ ସେବା ପ୍ରଦାନ କରିବାରେ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ, ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ଲାଗି ଅହରହ ଉଦ୍ୟମ କରୁଛନ୍ତି। ରାଜ୍ୟରେ ଆଗକୁ ୪ଟି ନୂଆ ଇଏସ୍‌ଆଇ ଓ ୧୨ଟି ଡିସ୍‌ପେନସାରି ଖୋଲିବା ଲାଗି ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିକାଶ ହେଉଛି। ତେଣୁ ଇଏସ୍‌ଆଇ ବୀମା ଯୋଜନା ଏ ଦିଗରେ ବେଶ୍ ସହାୟକ ହୋଇପାରିବ। ପ୍ରାରମ୍ଭରେ ସଚିବ ଚିତ୍ରା ଅରୁମୁଗମ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଏସ୍‌ଆଇ ନିର୍ଦେଶକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe