ଜନେଇ ଆଈର ଦୁଃଖ ଶୁଣିବ କିଏ ? ବୟସ ୯୨, ମିଳୁନି ଭତ୍ତା

Advertisment
ଜନେଇ ଆଈର ଦୁଃଖ ଶୁଣିବ କିଏ ? ବୟସ ୯୨, ମିଳୁନି ଭତ୍ତା

ପ୍ରତାପୁର : ବୟସ ୯୨ ଛୁଇଁଲାଣି। ହେଲେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଜନେଇ ଆଈ ପାଇଁ ଆଜି ପର୍ଯ୍ୟନ୍ତ ସ୍ବପ୍ନ ପାଲଟିଛି। ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତ ସମରବନ୍ଧର ବାଦୁଆ ଗ୍ରାମର ଜନେଇ ପ୍ରଧାନ। ଚଳପ୍ରଚଳ କରିବାକୁ ସଂପୂର୍ଣ୍ଣ ଅକ୍ଷମ। ସ୍ବାମୀଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ଏକାକୀ ଓ ବେସାହାରା। ମକରାପଲ୍ଲୀରେ ବିବାହ କରିଥିବା ଝିଅ ସୁକାନ୍ତି ପ୍ରଧାନ ନିଜ ପୁଅଝିଅକୁ ନେଇ କିଛିବର୍ଷ ହେଲା ତାଙ୍କ ପାଖରେ ରହି ସେବା କରି ଆସୁଛନ୍ତି। ହେଲେ ୯୨ ବର୍ଷ ବୟସରେ ଭତ୍ତା ପାଇଁ ବାରମ୍ବାର ଆବେଦନ କରି ବି ଥକିସାରିଲେଣି। କୌଣସି ନେତା କି ଅଫିସର୍, କେହି ମଧ୍ୟ ତାଙ୍କ ଦୁଃଖ ଶୁଣୁନାହାନ୍ତି। ଅନ୍ତତଃ ଜୀବନ ଯିବା ଆଗରୁ ଭତ୍ତା ମିଳିବ କି, ବୋଲି ଜନେଇ ପ୍ରଶ୍ନ କରିଛନ୍ତି।

ଗେରେଡ଼ା ସରପଞ୍ଚ ସୁନୀତା କୁମାରୀ ପ୍ରଧାନ କହିଛନ୍ତି, ବୟସ ଅଧିକ ସତ୍ତ୍ବେ ଜନେଇଙ୍କୁ ଭତ୍ତା ନମିଳିବା ଦୁଃଖର ବିଷୟ। ବୟସାଧିକ୍ୟ କାରଣରୁ ତାଙ୍କର ଫିଙ୍ଗର୍‌ପ୍ରିଣ୍ଟ୍ ଆସୁ ନଥିବାରୁ ସମସ୍ୟା ଦେଖାଦେଉଛି। ପୁଣି ଆବେଦନ କରାଯାଇଛି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe