୯୨୬ ଛାତ୍ରଛାତ୍ରୀ ଦେବେ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

Advertisment
୯୨୬ ଛାତ୍ରଛାତ୍ରୀ ଦେବେ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଗତକାଲିଠାରୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ଆରମ୍ଭ ହୋଇଛି। ଚଳିତବର୍ଷ ଉକ୍ତ ୪ଟି ବିଭାଗରେ ୯୨୬ ଜଣ ଛାତ୍ରଛାତ୍ରୀ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବାକୁ ଯୋଗ୍ୟତା ଅର୍ଜନ କରିଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ତାଲିକା ପରିଷଦ େଓ୍ଵବସାଇଟ୍‌ରେ ଉଲ୍ଲେଖ କରାଯାଇଛି।

ଜୁଲାଇ ୯ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ସମସ୍ତ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିସହ ବାୟୋଲୋଜି ରେଗୁଲାର, ବଟାନି ବିଷୟର ଏକ୍ସ-ରେଗୁଲାର, ଅନ୍ୟାନ୍ୟ ଏମ୍‌ଆଇଏଲ୍‌, ଧନ୍ଦାମୂଳକ ଟ୍ରେଡ୍‌ ପେପର୍‌-୧ ଓ ୨ ବିଷୟ ପରୀକ୍ଷା କରାଯିବ। ଜୁନ୍‌ ୧୦ ତାରିଖ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ କେବଳ ଜୁଲୋଜି ବିଷୟର ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଜୁଲାଇ ୧୧ରେ ଜୁଲୋଜି ବିଷୟର ରେଗୁଲାର ଓ ଏକ୍ସ-ରେଗୁଲାର ଓ ଧନ୍ଦାମୂଳକ ଟ୍ରେଡ୍‌ ପେପର୍‌-୨ ବ୍ୟତୀତ ଅନ୍ୟ ସମସ୍ତ ବିଷୟର ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଜୁନ୍‌ ୧୨ରେ ଜୁଲୋଜି ବିଷୟର ରେଗୁଲାର ଓ ଏକ୍ସ-ରେଗୁଲାର ଏବଂ ଧନ୍ଦାମୂଳକ ଟ୍ରେଡ୍‌ ପେପର୍‌-୨ର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe