ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟରେ ପ୍ରାୟ ୯୪ ହଜାର ମତଦାନ

ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟରେ ପ୍ରାୟ ୯୪ ହଜାର ମତଦାନ
ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରାଧିକୃତ ଅନେକ ବର୍ଗର ମତଦାତାମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିଛନ୍ତିା ଏମାନଙ୍କ ମଧ୍ୟରେ ଭିନ୍ନକ୍ଷମ ମତଦାତା, ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ, ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଆଦି ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରୁଛନ୍ତିା
ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଶେଷ ସୁଦ୍ଧା ପୋଷ୍ଟାଲ ବାଲାଟ ମାଧ୍ୟମରେ ପ୍ରାୟ ୯୪ ହଜାର ମତଦାନ ହୋଇସାରିଛିା ଏହା ମଧ୍ୟରେ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ମତଦାତା ଓ ଭିନ୍ନକ୍ଷମ ମତଦାତାମାନେ "ହୋମ୍ ଭୋଟିଙ୍ଗ୍' ମାଧ୍ୟମରେ ମତଦାନ କରୁଥିବାବେଳେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପିଭିସିରେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ପିବିିଏଫ୍ସି ମାଧ୍ୟମରେ ମତଦାନ କରିଛନ୍ତି ‌ବୋଲି ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe