ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ କେବିକେ ଜିଲ୍ଲାରେ ଆଉ ୯୫ଟି ନୂଆ ହଷ୍ଟେଲ୍ ନିର୍ମାଣ କରାଯିବ। ଏଥିମଧ୍ୟରୁ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ୬୦ଟି ଏବଂ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ନିମନ୍ତେ ୩୫ଟି ନୂଆ ହଷ୍ଟେଲ୍ ନିର୍ମାଣ କରାଯିବ। ଆଜି ଏ ନେଇ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି। ଏସବୁ ହଷ୍ଟେଲ୍ ନିର୍ମାଣ ବାବଦରେ ୮୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅତିଶୀଘ୍ର ଏହି ହଷ୍ଟେଲ୍ ନିର୍ମାଣ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତିି।
କେବିକେ ଜିଲ୍ଲାରେ ହେବ ଆଉ ୯୫ ହଷ୍ଟେଲ୍
Advertisment
Follow Us