୬ ଜିଲ୍ଲାରେ ୯୫ ପ୍ରତିଶତ ରିଲିଫ୍‌ ଟଙ୍କା ବଣ୍ଟା ଯାଇଛି: ସଂଜୟ ସିଂହ

Advertisment
ବାତ୍ୟାରେ ମରିଗଲେ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀ: ରିପୋର୍ଟ

ଭୁବନେଶ୍ୱର: ବାତ୍ୟା ‘ଫନି’ ପରେ ୬ଟି ଜିଲ୍ଲାରେ ୯୫ ପ୍ରତିଶତ ରିଲିଫ ଟଙ୍କା ବିତରଣ କରାଯାଇଛି ବୋଲି ଶୁକ୍ରବାର ସୂଚନା ଓ ଲୋକସଂପର୍କ ସଚିବ ସଂଜୟ ସିଂହ କହିଛନ୍ତି। ସେହିଭଳି ପ୍ରଭାବିତ ଅଂଚଳର ୯୪ ପ୍ରତିଶତ ଲୋକଙ୍କୁ ଚାଉଳ ବଣ୍ଟାଯାଇଛି। ଅତିରିକ୍ତ ପେନ୍‌ସନ୍‌ ୭୦ ପ୍ରତିଶତ ଲୋକଙ୍କୁ ପ୍ରଦାନ କରାଯାଇଛି। ପ୍ରାୟ ସବୁ ଗ୍ରାମ୍ୟ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଛି ବୋଲି ସଂଜୟ ସିଂହ କହିଛନ୍ତି। ସେ କହିଛନ୍ତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୫୨ଟି କୂଅର ଜଳ ନିରାପଦ ନୁହେଁ।

ବାତ୍ୟା ପୁନରୁଦ୍ଧାର ନେଇ ସଂଜୟ ସିଂହ କହିଛନ୍ତି, ପୁରୀରେ ମୋଟ ୫୬ଟି ବିଦ୍ୟୁତ୍‌ ଫିଡରରୁ ୫ଟି କାର୍ଯ୍ୟକ୍ଷମ ହୋଇଛି। ଏହାରି ମାଧ୍ୟମରେ ୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ନିମାପଡ଼ାରେ ୨୮ରୁ ୩ଟି ଫିଡର କାର୍ଯ୍ୟକ୍ଷମ ହୋଇଛି। ଏଥିରୁ ୧ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସଂଯୋଗ ମିଳିଛି।

ପୁରୀରେ ୨୨୨ଟି ବ୍ୟାଙ୍କ ଶାଖା ମଧ୍ୟରୁ ୨୦୬ଟି କାର୍ଯ୍ୟକ୍ଷମ ହୋଇପାରିଛି। ସେହିଭଳି ୨୭୫ଟି ଏଟିଏମ୍‌ ମଧ୍ୟରୁ ୮୩ଟି କାର୍ଯ୍ୟକ୍ଷମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe