ଡାକ୍ତରଙ୍କୁ ଚୁନା ଲଗାଇ ୯୫ହଜାର ଟଙ୍କା ଲୁଟିନେଲେ ସାଇବର ଠକ

Advertisment
ଡାକ୍ତରଙ୍କୁ ଚୁନା ଲଗାଇ ୯୫ହଜାର ଟଙ୍କା ଲୁଟିନେଲେ ସାଇବର ଠକ

ପୁରୁଣାକଟକ: ବୌଦ୍ଧ ଜିଲ୍ଲା ପୁରୁଣାକଟକର ଜୈନିକ ହୋମିଓପ୍ୟାଥିକ ଡ଼ାକ୍ତରଙ୍କୁ ସାଇବର ଠକ ଭୁଆଁ ବୁଲାଇ ତାଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଲୁଟିନେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ମତେ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ପୁରୁଣାକଟକ ବଜାରର ହୋମିୟ ପାଥିକ ଡାକ୍ତର ହୃଷିକେଶ ଦାସ ତାଙ୍କ କ୍ଲିନିକ ପାଇଁ ଅଗଷ୍ଟ ୧ ତାରିଖରେ ଏକ ଓଜନ ମେସିନ ଫ୍ଲିପକାର୍ଡ ଦ୍ୱାରା ମଗାଇଥିଲେ। ମେସିନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ସହ ମେସିନଟି ଠିକ ରୂପେ କାମ କରୁନଥିବାରୁ ସେ ମେସିନଟିକୁ ଫେରସ୍ତ କରିଥିଲେ।

ସାମଗ୍ରୀ ଫେରାଇବାର ଦୁଇ ଦିନ ପରେ ବି ତାଙ୍କ ଦ୍ୱାରା ପ୍ରଦତ୍ତ ଟଙ୍କା ନ ଆସିବାରୁ ସେ ଫ୍ଲିପକାର୍ଡ କଲ ସେଣ୍ଟରକୁ ଅଗଷ୍ଟ ୯ ତାରିଖ ଦିନ ଫୋନ କରି ପରାମର୍ଶ ନେଇଥିଲେ । ନିଜକୁ କଲ ସେଣ୍ଟରର କାର୍ଯ୍ୟରତ କର୍ମଚାରୀ ପରିଚୟ ଦେଇ ସାଇବର ଠକ ତାଙ୍କୁ ସେଥିପାଇଁ ଏକ ଆପ ଡାଉନଲୋଡ଼ କରିବାକୁ ପରାମର୍ଶ ଦେବାରୁ ଡାକ୍ତର ଶ୍ରୀ ଦାସ ଉକ୍ତ ଆପ ଡାଉନଲୋଡ଼ କରି ସେମାନଙ୍କୁ ଜଣାଇଥିଲେ। ଏହାପରେ ସାଇବର ଠକ ତାଙ୍କ ସହ ବିଶ୍ୱାସ ଜନ୍ମାଇ କଥା ଛଳରେ ଓଟିପି ମାଗିବାରୁ ସେ ତାହା ପ୍ରଦାନ କରିଥିଲେ ।

publive-image

ଓଟିପି ପ୍ରଦାନ କରିବାର କିଛି ସେକେଣ୍ଡ ମଧ୍ୟରେ ଶ୍ରୀ ଦାସ ଚାହୁଁ ଚାହୁଁ ତାଙ୍କ ଆଖି ଆଗରେ ସେ ଦେଇଥିବା ତାଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୬ ଟି ପର୍ଯ୍ୟାୟରେ ୯୪ ହଜାର ୯ ଶହ ୯୪ ଟଙ୍କା କଟିଯାଇଥିବା ମେସେଜ ଆସିଥିବା ଦେଖିବାକୁ ପାଇଥିଲେ । ପରଦିନ ସେ ତାଙ୍କ ପତ୍ନୀ ମଞ୍ଜୁଲତା ଦାସଙ୍କ ସହ ବ୍ୟାଙ୍କ ଯାଇ ଆକାଉଣ୍ଟ ଯାଞ୍ଚ କରିବାରୁ ଆକାଉଣ୍ଟରୁ ଟଙ୍କା କଟିଥିବା ସ୍ପଷ୍ଟ ହୋଇଥିଲେ । ଏନେଇ ହୃଷିକେଶ ପୁରୁଣାକଟକ ଥାନାରେ ଅଭିଯୋଗ କରଥିବା ସୂଚନା ମିଳିଛି । ଏ କଥା ପ୍ରଘଟ ହେବାପରେ ସମଗ୍ର ହରଭଙ୍ଗା ବ୍ଲକରେ ଆଲୋଡନ ଖେଳାଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe