ଭୁବନେଶ୍ୱର : କରୋନାକୁ ହରାଇଛନ୍ତି ୯୬ବର୍ଷର ସ୍ବାଧୀନତା ସଂଗ୍ରାମୀ। ସମ୍ କୋଭିଡ୍ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ପାଇବା ପରେ ସ୍ବାଧୀନତା ସଂଗ୍ରାମୀ ଲୋକନାଥ ନାୟକ ବୁଧବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତମାସ ୨୯ତାରିଖରେ ଶ୍ରୀ ନାୟକ କରୋନାରେ ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କୁ ସେହିଦିନ ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ତାଙ୍କୁ ଜ୍ବର ହୋଇଥିବା ବେଳେ ସେ ଖୁବ ଦୁର୍ବଳ ହୋଇ ପଡ଼ିଥିଲେ ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏହାସହ ତାଙ୍କର ଜଟିଳ କିଡ୍ନି ରୋଗ ସହିତ ମଧୁମେହ ଭଳି ସମସ୍ୟା ରହିଥିଲା। ସମ୍ କୋଭିଡ୍ ଟିମ୍ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତାଙ୍କୁ ଭୂତାଣୁ ନାଶକ ଚିକିତ୍ସା ପ୍ରଦାନ କରାଯିବା ସହିତ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସୁସ୍ଥ କରିବା ଲାଗି ସମ୍ କୋଭିଡ୍ ଟିମ୍ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିଥିଲେ। କରୋନାରୁ ସୁସ୍ଥ ହେବା ପରେ ଶ୍ରୀ ନାୟକ ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us