ବନ୍ଦ ହେବ ୯୬୬ ସ୍କୁଲ୍‌, ପିଲାଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ

Advertisment
ବନ୍ଦ ହେବ ୯୬୬ ସ୍କୁଲ୍‌, ପିଲାଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ

commons.wikimedia.org

ଭୁବନେଶ୍ବର : ୧୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍‌ଗୁଡ଼ିକ ବନ୍ଦ ହୋଇଯିବ। ଏମିତି ୯୬୬ଟି ସ୍କୁଲ୍‌କୁ ସରକାର ଚିହ୍ନଟ କରିଛନ୍ତି। ଚଳିତ ବର୍ଷ ଠାରୁ ସେହି ସ୍କୁଲ୍‌ଗୁଡ଼ିକରେ ତାଲା ଝୁଲିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ସେଠାରେ ପଢ଼ୁଥିବା ପିଲାମାନଙ୍କୁ ପାଖ ସ୍କୁଲ୍‌କୁ ପଠାଯିବ ଓ ସେଥିପାଇଁ ସରକାର ଯାତାୟାତ ଖର୍ଚ୍ଚ ବି ‌ଦେବେ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏ ନେଇ ଘୋଷଣା କରିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯ‌ାୟୀ ଯେଉଁ ସ୍କୁଲ୍‌ଗୁଡ଼ିକ ବନ୍ଦ ହେବ ସେଠାକାର ଛାତ୍ରଛାତ୍ରୀମାନେ ନିକଟସ୍ଥ ସ୍କୁଲ୍‌କୁ ଯିବେ। ଯଦି ସେହି ସ୍କୁଲ୍‌ର ଦୂରତା ଏକ କିଲୋମିଟର୍‌ରୁ ଅଧିକ ହୁଏ, ତେବେ ସରକାର ଯାତାୟାତ ଖର୍ଚ୍ଚ ବହନ କରିବେ। ଏଥିପାଇଁ ଉପସ୍ଥାନକୁ ଏକ ସର୍ତ୍ତ ଭାବେ ରଖାଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ଥିବ, ସେମାନେ ମାସକୁ ୬୦୦ ଟଙ୍କା ଲେଖାଏ ପାଇବେ। ୫୦ରୁ ୭୪ ପ୍ରତିଶତ ଉପସ୍ଥାନ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ମାସକୁ ୪୦୦ ଟଙ୍କା। ୩୦ରୁ ୪୯ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ୩୦୦ ଟଙ୍କା ଲେଖାଏ ମିଳିବ। ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଆକାଉଣ୍ଟ୍‌କୁ ଏହି ଟଙ୍କା ସିଧାସଳଖ ଯିବ। ବର୍ଷକୁ ୧୦ ମାସ ପାଇଁ ଏହି ଅର୍ଥ ମିଳିବ। ତେବେ ୩୦ ପ୍ରତିଶତରୁ କମ୍ ଉପସ୍ଥାନ ରହୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ଯାତାୟତ ଖର୍ଚ୍ଚ ମିଳିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe