କରୋନାକୁ ହରାଇଲେ ୯୭ ବର୍ଷୀୟା ମହିଳା 

Advertisment
କରୋନାକୁ ହରାଇଲେ ୯୭ ବର୍ଷୀୟା ମହିଳା 

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଣେ ୯୭ ବର୍ଷୀୟା ବୃଦ୍ଧା କରୋନାରୁ ମୁକ୍ତି ପାଇଛନ୍ତି। ବୃଦ୍ଧାଜଣକ ହେଲେ ‌ସୋର ପାଖର ଅଞ୍ଚଳର ସ୍ବର୍ଗତ ଚନ୍ଦ୍ରଶେଖର ମହାପାତ୍ରଙ୍କ ଧର୍ମପତ୍ନୀ ହେମଲତା ମହାପାତ୍ର। ହେମଲତାଙ୍କ ପୁଅ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର କେନ୍ଦୁଝର ଡାକ୍ତରଖାନାରେ ରହୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ କଟକସ୍ଥିତ ନିଜ ଘରେ ରହୁଥିଲେ। କୌଣସି କାରଣବଶତଃ ହେମଲତା ମଧ୍ୟ ପୁଅ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିଲେ। ତେବେ ତାଙ୍କୁ ହସ୍ପିଟାଲ ନିଆ ନଯାଇ ହୋମ ଆଇସୋଲେସନ୍‌ରେ ରଖାଯାଇଥିଲା। ୧୭ ଦିନ ପରେ ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ପ୍ରକାଶଥାଉକି, ବୟସ୍କା ବୃଦ୍ଧା ହେମଲତା ହେଉଛନ୍ତି ବାଲେଶ୍ବର ଜିଲ୍ଲାର ମହିଳା ସାମ୍ବାଦିକ ଅପର୍ଣ୍ଣା ମହାପାତ୍ରଙ୍କ ଶାଶୂ ଅଟନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe