ପ୍ରକାଶ ପାଇଲା ଯୁକ୍ତଦୁଇ ପରୀକ୍ଷାଫଳ: ବାଲେଶ୍ବରରୁ ବିଜ୍ଞାନରେ ୯୮.୨୧%, ବାଣିଜ୍ୟରେ ୯୩.୭୩% ପାସ୍‌

Advertisment
ପ୍ରକାଶ ପାଇଲା ଯୁକ୍ତଦୁଇ ପରୀକ୍ଷାଫଳ: ବାଲେଶ୍ବରରୁ ବିଜ୍ଞାନରେ ୯୮.୨୧%, ବାଣିଜ୍ୟରେ ୯୩.୭୩% ପାସ୍‌

Photo: Manoj Biswal, Sambad, Balasore

ବାଲେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ବାରା ପରିଚାଳିତ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ବାଲେଶ୍ବର ଜିଲ୍ଲାରେ ବିଜ୍ଞାନରେ ୯୮.୨୧% ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବାଣିଜ୍ୟରେ ୯୩.୭୩% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଛି।

ଚଳିତବର୍ଷ ବାଲେଶ୍ବର ଜିଲ୍ଲାରେ ୧୦୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟର ୬୮୦୮ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ ୬୬ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ବିଜ୍ଞାନରେ ୫୮୨୬ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୫୭୨୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୫୦୮୪ ଜଣ, ଦ୍ବିତୀୟ ଶ୍ରେଣୀ‌େର ୫୩୫ ଜଣ, ତୃତୀୟ ଶ୍ରେଣୀରେ ୧୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୫ ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ୍‌ ହୋଇଥିବା ଜଣାଯାଇଛି। ସେହିପରି ଯୁକ୍ତଦୁଇ ବାଣିଜ୍ୟରେ ୧୦୯୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ଫର୍ମପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦୮୬ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୦୧୮ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ୫୪୭ ଜଣ ପ୍ରଥମ ଶ୍ରେଣୀରେ, ୨୭୬ ଜଣ ଦ୍ବିତୀୟ ଶ୍ରେଣୀରେ ଏବଂ ୧୯୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି।

publive-image

ଚଳିତବର୍ଷ ଯୁକ୍ତଦୁଇ ପରୀକ୍ଷା ୨ଟି ପର୍ଯ୍ୟାୟରେ ହୋଇ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଛି। ସିଏଚ୍‌ଏସ୍‌ଇ ଗାଇଡଲାଇନ୍‌ ଅନୁସାରେ ୩ଟି ଟର୍ମିନାଲ ପରୀକ୍ଷା କରାଯାଇଥିଲା। ସେଥିରୁ ୨୦ ପ୍ରତିଶତ ନମ୍ବର ସଂଗ୍ରହ କରାଯିବା ସହିତ ୮୦ ପ୍ରତିଶତ ନମ୍ବରର ଥିଓରି ପରୀକ୍ଷା କରାଯାଇ ସମୁଦାୟ ମାର୍କର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe