India Today
ଭୁବନେଶ୍ୱର: ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି। ଭୁବନେଶ୍ୱରସ୍ଥିତ ଆଇଏସ୍ଏଲର ଅନୁସନ୍ଧାନରୁ ଏହି ତଥ୍ୟ ମିଳିଛି। ସୂଚନା ଅନୁସାରେ ଆଏଏସ୍ଏଲ୍ ପକ୍ଷରୁ ୨୪୧ଟି ନମୁନାକୁ ନେଇ ଅନୁଧ୍ୟାନ କରାଯାଇଥିଲା। ଏଥିରୁ ୨୩୫ଟି ନମୁନା ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଡେଲ୍ଟା ବର୍ଗରେ ୨ ପ୍ରତିଶତ ଅର୍ଥାତ ୬ଟି ନମୁନା ଥିଲା।
ଆଇଏସ୍ଏଲ୍ ପକ୍ଷରୁ କୁହାଯାଇଛି ଯେ, ଗତ ଜାନୁଆରି ୨୭ ତାରିଖ ଠାରୁ ଫେବ୍ରୁଆରି ୪ ତାରିଖ ମଧ୍ୟରେ ନମୁନାଗୁଡ଼ିକ ସଂଗ୍ରହ କରାଯାଇଥିଲା। ୨୩୫ଟି ଓମିକ୍ରନ୍ ଭୂତାଣୁରୁ ବିଏ.୧ ବର୍ଗରେ ୬ଟି, ବିଏ.୧.୧ ବର୍ଗରେ ୧୨ଟି ଓ ବିଏ୨ ବର୍ଗରେ ୨୧୭ଟି ଚିହ୍ନଟ ହୋଇଛି।
Follow Us