୨୦୧୯ରୁ ୨୦୨୨ ମଧ୍ୟରେ ୯୮୦ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି: ଗୃହ ରାଷ୍ଟ୍ରମନ୍ତ୍ରୀ

Advertisment
୨୦୧୯ରୁ ୨୦୨୨ ମଧ୍ୟରେ ୯୮୦ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ବର: ୨୦୧୯ରୁ ୨୦୨୨ ମଧ୍ୟରେ ୯୮୦ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ଆଜି ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ସେଥିରୁ ୩୧୬ ଜଣ ସରକାରୀ ଅଫିସର,୧୦ଜଣ ବ୍ୟବସାୟୀ ଓ ୨ ଜଣ ରାଜନେତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ଏଥିରୁ ୩୩୬ଟି ମାମଲାର କୋର୍ଟ ବିଚାର ସରି ୧୮୨ ଜଣଙ୍କୁ ଦଣ୍ଡାଦେଶ ହୋଇଥିଲା।

ତାରାଙ୍କ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ଲିଖିତ ଉତ୍ତରରେ ତୁଷାରକାନ୍ତି କହିଛନ୍ତି ରାଜ୍ୟରେ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଛନ୍ତି । ଏମାନଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ରାଜ୍ୟର ବରଗଡ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମାଲକାନଗିରି, ନବରଙ୍ଗପୁର ଓ ରାଜଧାନୀ ଭୁବନେଶ୍ୱରର ୟୁପିଡିରେ ରହୁଛନ୍ତି । ସବୁଠୁ ବଡ଼ କଥା ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ମଧ୍ୟରୁ ୧୭୧୧ ଜଣଙ୍କୁ ଦେଶାନ୍ତର ନୋଟିସ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଦେଶାନ୍ତର କରାଯାଇଥିବା କଥା ଉତ୍ତରରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe