୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

Advertisment
୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ommcomnews.com

ଭୁବନେଶ୍ୱର: ସୋମବାର ରାଜ୍ୟର ୯ଟି ସହର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ଏପରିକି ୩ଟି ସହରର ତାପମାତ୍ରା ୪୩ ଡିଗ୍ରି ରହିଛି ଏବଂ ଆଉ ତିନିଟି ସହର ୪୩ ଡିଗ୍ରି ଉପରେ ରହିଛି । ଟିଟିଲାଗଡ ସବୁଠୁ ଉତପ୍ତ ରହିଛି । ଏଠାରେ ତାପମାତ୍ରା ୪୫ ଦଶମିକ ୫ ଡିଗ୍ରି ରେକର୍ଡ କରାଯାଇଛି । ତା’ପଛକୁ ରହିଛି ବଲାଙ୍ଗୀର । ଏଠାରେ ପାରଦ ୪୪ ଡିଗ୍ରି ଛୁଇଁଛି। ସୁନ୍ଦରଗଡ, ଭବାନୀପାଟଣା ଏବଂ ସୋନପୁରରେ ତାପମାତ୍ରା ୪୩ ରହିଛି ।

publive-image

ସେହିପରି ସମ୍ବଲପୁରରେ ୪୨,୭, ଝାରସୁଗୁଡାରେ ୪୨.୬, ହୀରାକୁଦରେ ୪୧.୪, କେନ୍ଦୁଝରରେ ୩୯.୮, ଅନୁଗୁଳରେ ୩୯.୧, ଚାନ୍ଦବାଲିରେ ୩୮.୨, କଟକରେ ଓ ବାରିପଦାରେ ୩୮.୦ ଏବଂ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୭ ଦଶମିକ ୭ ଡିଗ୍ରି ରେକର୍ଡ ହୋଇଛି । କୋରାପୁଟରେ ୩୬.୬, ଦାରିଙ୍ଗବାଡିରେ ୩୬.୨,ବାଲେଶ୍ୱର ୩୫.୬, ପୁରୀରେ ୩୩.୮, ପାରାଦୀପରେ ୩୩.୨ ଓ ଗୋପଳପୁରରେ ୩୩.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe